ମୁମ୍ଵାଇ: ନିକଟରେ ଅରବାଜ ଖାନ ଗର୍ଲଫ୍ରେଣ୍ଡ ଶୁରା ଖାନଙ୍କୁ ବିବାହ କରିଥିଲେ। ଉଭୟ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ବିବାହରେ ପୁରା ଖାନ ପରିବାର ସାମିଲ୍ ଥିଲେ। ବର୍ତ୍ତମାନ ଅରବାଜଙ୍କ ପିତା ସଲିମ ଖାନ ସେମାନଙ୍କ ବିବାହ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଯେତେବେଳେ ଅରବାଜ ତାଙ୍କୁ ତାଙ୍କ ବିବାହ ବିଷୟରେ କହିଥିଲେ ସେତେବେଳେ ସେ କ’ଣ କହିଥିଲେ।
ଏକ ସାକ୍ଷାତକାରରେ କରି ସଲିମ କହିଛନ୍ତି, ‘ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋ ଅନୁଯାୟୀ ଏହା ଅପରାଧ ନୁହେଁ। ମୁଁ ଅରବାଜ ପାଇଁ ବହୁତ ଖୁସି ଏବଂ ମୋର ଆଶୀର୍ବାଦ ଉଭୟଙ୍କ ସହିତ ଅଛି । ବିବାହ ବିଷୟରେ ତାଙ୍କ ସହ କୌଣସି ଆଲୋଚନା ହୋଇଥିଲା କି? ଏହା ଉପରେ ସଲିମ କହିଛନ୍ତି, ‘ମୁଁ ଭାବୁନାହିଁ ଯେ ଏହା ଉପରେ କୌଣସି ଆଲୋଚନା ହୋଇଥିଲା।
ସେ ୟଙ୍ଗ, ଶିକ୍ଷିତ ଏବଂ ପରିପକ୍ୱ ଏବଂ ସେ ନିଜେ ନିଷ୍ପତ୍ତି ନେଇପାରନ୍ତି। ମୋ ଅନୁମତିର ଆବଶ୍ୟକତା ଦରକାର ନାହିଁ ଯଦି ସେ ଖୁସି ତେବେ ତା’ଠାରୁ ଅଧିକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ । ସେ କେବଳ କହିଥିଲେ ଯେ ସେ ବିବାହ କରିବାକୁ ଚାହୁଁଛନ୍ତି ଏବଂ ମୁଁ ଠିକ ଅଛି ବୋଲି କହିଲି। ମୁଁ ମଧ୍ୟ ଅନୁଭବ କଲି ଯେ କେହି କେବେ କାହାର ଜୀବନରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । କାରଣ ଏହା ସମସ୍ୟା ସୃଷ୍ଟି କରିଥାଏ।