26.1 C
Bhubaneswar
Tuesday, July 29, 2025
Homeଅପରାଧମୃତ୍ୟୁ ପରେ ବି ମହିଳା ଡାକ୍ତରଙ୍କ ଶବ ସହ ଦୁଷ୍କର୍ମ ଜାରି ରଖିଥିଲେ ୪ଜଣ ରାକ୍ଷସ

ମୃତ୍ୟୁ ପରେ ବି ମହିଳା ଡାକ୍ତରଙ୍କ ଶବ ସହ ଦୁଷ୍କର୍ମ ଜାରି ରଖିଥିଲେ ୪ଜଣ ରାକ୍ଷସ

ହାଇଦ୍ରାବାଦ: ହାିଦ୍ରାବାଦରେ ମହିଲା ଡାକ୍ତରଙ୍କୁ ହୋଇଥିବା ଦୁଷ୍କର୍ମ ହତ୍ୟା ଘଟଣାରେ ଏବେ ଦେଶବ୍ୟାପୀ ଲୋକଙ୍କ କ୍ରୋଦ ସହ ଦୋଷୀଙ୍କୁ କଠିନରୁ କଠିନତର ଦଣ୍ଡ ଦେବାକୁ ଦାବି ହେଉଛି | ତେବେ ମହିଳା ଭେଟରନାରି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ଥାଇ ସଂପ୍ରତି ପୁଲିସ୍‌ ରିମାଣ୍ଡରେ ଥିବା ୪ ଦୁଷ୍କର୍ମକାରୀ ପୁଲିସ୍‌କୁ ଏହି ଜଘନ୍ୟ ଘଟଣା ସଂପର୍କରେ ଯେଉଁ ବୟାନ ଦେଇଛନ୍ତି, ତାକୁ ଶୁଣିବା ପରେ ଖୋଦ୍‌ ତଦନ୍ତକାରୀ ପୁଲିସ୍‌ର ଲୋମମୂଳ ମଧ୍ୟ ଟାଙ୍କୁରି ଉଠିଛି। ଅଭିଯୁକ୍ତ ଏହି ୪ ନରପିଶାଚ ମହିଳା ଭେଟରନାରି ଡାକ୍ତରଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଶବକୁ ବି ଛାଡ଼ି ନଥିଲେ! ଏକ ଚଳନ୍ତା ଲରିର କ୍ୟାବିନ୍‌ ମଧ୍ୟରେ ତାଙ୍କ ଶବକୁ ରଖି ଜଣଙ୍କ ପରେ ଜଣେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ସଂପ୍ରତି ସମଗ୍ର ଦେଶରେ ଏହି ଗଣଦୁଷ୍କର୍ମ ଓ ହତ୍ୟା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ଜଘନ୍ୟ ଅପରାଧ ଘଟାଇଥିବା ଚାରି ଅଭିଯୁକ୍ତ ଅପରାଧୀ- ମହମ୍ମଦ ଓରଫ ଅରିଫ୍‌, ଜୋଲୁ ଶିବା, ଜୋଲୁ ନବୀନ ଓ ଚେନାକେଶାଭୁଲୁ- ପ୍ରଥମେ ବଳ ପୂର୍ବକ ଭାବେ ମହିଳା ଭେଟରନାରି ଡାକ୍ତରଙ୍କୁ ଏକ ଖୋଲା ନିକାଞ୍ଚନ ଜାଗାକୁ ନେଇ ଯାଇଥିିଲେ। ସେଠାରେ ସେମାନେ ତାଙ୍କୁ ମୃଦୁ ପାନୀୟରେ ବିଦେଶୀ ମଦ ମିଶାଇ ତାଙ୍କୁ ଜୋରଜବରଦସ୍ତ ପିଆଇ ଥିଲେ। ପରେ ସେଠାରେ ସେମାନେ ତାଙ୍କୁ ମିଳିତ ଭାବେ ଦୁଷ୍କର୍ମ କରିବା ପରେ ତାଙ୍କର ହତ୍ୟା କରି ଦେଇଥିଲେ । ମହିଳା ଭେଟରନାରି ଡାକ୍ତରଙ୍କ ମୃତ୍ୟୁପରେ ଅଭିଯୁକ୍ତମାନେ ତାଙ୍କ ମରଶରୀରକୁ ଏକ ଲରିର କ୍ୟାବିନ୍‌ରେ ରଖି ଏକ ଦୂରସ୍ଥାନକୁ ନେଇ ପୋଡ଼ି ଦେବା ପାଇଁ ଯୋଜନା କରିଥିଲେ। ତେବେ, ଲରିରେ ମହିଳା ଭେଟରନାରି ଡାକ୍ତରଙ୍କ ମୃତଦେହକୁ ଏହି ନରପିଶାଚମାନେ ନେଉଥିବା କାଳରେ ଲରିର କ୍ୟାବିନ୍‌ ଭିତରେ ତାଙ୍କ ଶବକୁ ବି ଛାଡ଼ି ନଥିଲେ ଏହି ଜହ୍ଲାଦମାନେ । ମହିଳା ଭେଟରନାରି ଡାକ୍ତରଙ୍କ ଶବକୁ ବି ଲରି ଭିତରେ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ ।ରିମାଣ୍ଡ କାଳରେ ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଅଭିଯୁକ୍ତମାନେ ପୁଲିସ୍‌କୁ ଦେଇଥିବା ଏହି ବୟାନକୁ ରେକର୍ଡ କରି ମେହେବୁବନଗର ଜିଲ୍ଲା ଅଦାଲତର ବିଚାରପତିଙ୍କ ନିକଟରେ ଆଜି ଦାଖଲ କରିଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking