27.1 C
Bhubaneswar
Wednesday, June 26, 2024
Homeଖେଳଆଜି ହାଇଦ୍ରାବାଦ-ରାଜସ୍ଥାନ ଲଢେଇ: ଫାଇନାଲରେ ସ୍ଥାନ ପାଇଁ ହେବ ଟକ୍କର

ଆଜି ହାଇଦ୍ରାବାଦ-ରାଜସ୍ଥାନ ଲଢେଇ: ଫାଇନାଲରେ ସ୍ଥାନ ପାଇଁ ହେବ ଟକ୍କର

ଚେନ୍ନଇ: ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍‌‌ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍‌‌ ରାଇଡର୍ସ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଶୁକ୍ରବାର ଯେଉଁ ଟିମ୍‌‌ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ ଶେଷ ୫ଟି ମ୍ୟାଚରୁ ରାଜସ୍ଥାନ ଗୋଟିଏ ମଧ୍ୟ ଜିତିନଥିଲା। ତେବେ ଫର୍ମରେ ଥିବା ଆରସିବିକୁ ହରାଇ ରାଜସ୍ଥାନ କ୍ୱାଲିଫାୟର ୨ରେ ପହଞ୍ଚିଛି। ସେପଟେ ବ୍ୟାଟିଂ ବଳରେ ଆଗକୁ ବଢିଥିବା ସନରାଉଜର୍ସ ହାଇଦ୍ରାବାଦ କେକେଆର ବିପକ୍ଷ ମ୍ୟାଚରେ ଫେଲ ମାରିଥିଲା। ବ୍ୟାଟିଂରେ ସୁଧାର ଆଣଇ ଟିମ ଆଜି ପଡିଆକୁ ଓହ୍ଲାଇବାକୁ ପ୍ରୟାସ କରିବ। ଉଭୟ ହାଇଦ୍ରାବାଦ ଓ ରାଜସ୍ଥାନ ଥରେ ଲେଖାଏଁ ଆଇପିଏଲ୍‌‌ ଟ୍ରଫି ଜିତି ସାରିଥିବା ବେଳେ ୨ୟ ଥର ଟାଇଟଲ ହାତେଇବାକୁ ଜୋରଦାର ପ୍ରୟାସ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking