27.1 C
Bhubaneswar
Tuesday, May 14, 2024
Homeଅପରାଧସାମାନ୍ୟ ଫୋନ୍ ପାଇଁ ନୃଶଂସ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରିବାକୁ ‘ସୁପାରୀ କିଲର’ ନିଯୁକ୍ତ...

ସାମାନ୍ୟ ଫୋନ୍ ପାଇଁ ନୃଶଂସ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରିବାକୁ ‘ସୁପାରୀ କିଲର’ ନିଯୁକ୍ତ କରିଥିଲା

କୋଲକାତା: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜଣେ ବ୍ୟକ୍ତି ତାଙ୍କ ବିନା ଅନୁମତିରେ ସ୍ତ୍ରୀ ସ୍ମାର୍ଟଫୋନ୍ କିଣି ଥିବାରୁ ତାଙ୍କୁ ହତ୍ୟା କରିବା ପାଇଁ ସୁପାରୀ କିଲର ନିୟୋଜିତ କରିଥିଲା 1 ଏହି ଅଭିଯୋଗରେ ପୋଲିସ ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତର ଆକ୍ରମଣରେ ମହିଳା ଜଣଙ୍କ କଣ୍ଠରେ ଗଭୀର ଆଘାତ ଲାଗିଛି 1 ତାଙ୍କ କଣ୍ଠରେ ସାତୋଟି ସିଲେଇ ହୋଇଛି 1 ସୁପାରୀ କିଲ୍ଲର ଆକସ୍ମିକ ଭାବ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଆଘାତ ଦେବାରେ ସଫଳ ହୋଇଥିଲା ।

ଗୁରୁବାର ବିଳମ୍ବିତ ରାତିରେ କୋଲକାତାର ଦକ୍ଷିଣ ପାର୍ଶ୍ୱରେ ଥିବା ନରେନ୍ଦ୍ରପୁରରେ ଏହି ଘଟଣା ଘଟିଛି। ସ୍ୱାମୀ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରୀଛି। ଚୁକ୍ତିଭିତ୍ତିକ ହତ୍ୟାକାରୀକୁ ପୋଲିସ ଖୋଜୁଛି |
,
ସ୍ଥାନୀୟ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି, “ମହିଳାଙ୍କ କହିବା ଅନୁଯାୟୀ ସେ କିଛି ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ ସ୍ମାର୍ଟ ଫୋନ୍ କିଣିବାକୁ କହିଥିଲେ, ଯାହାକୁ ସେ ମନା କରିଦେଇଥିଲେ। ଏଣୁ ମହିଳା ଟ୍ୟୁସନ କ୍ଲାସ କରି କିଛି ଟଙ୍କା ରୋଜଗାର କରିବା ପରେ ସେ ଜାନୁଆରୀ 1 ରେ ଏକ ସ୍ମାର୍ଟ ଫୋନ୍ କିଣିଥିଲେ, ଯେତେବେଳେ ତାଙ୍କ ସ୍ୱାମୀ ଏହା ଜାଣିବାଲେ ରାଗିଯାଇ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ”

ଗୁରୁବାର ରାତିରେ ଶୋଇବାକୁ ଯିବା ପୂର୍ବରୁ ଘରର ମୁଖ୍ୟ କବାଟ ବନ୍ଦ କରିବାକୁ ତାଙ୍କ ସ୍ୱାମୀ ଯାଇଥିଲେ। ଅବଶ୍ୟ, ଯେତେବେଳେ ସେ କିଛି ସମୟ ପରେ ଫେରିବାରେ ବିଳମ୍ବ ହେଲା ଦେଖିଲେ , ସେତେବେଳେ ମହିଳା ଜଣକ ତାଙ୍କୁ ଖୋଜିବାକୁ ଯାଇଥିଲେ ଏବଂ ଗେଟ ପାଖରେ ଛିଡା ହୋଇଥିବା ଦୁଇଜଣ ଅଜ୍ଞାତ ଯୁବକ ତାଙ୍କୁ ହଠାତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଅତ୍ୟଧିକ ରକ୍ତସ୍ରାବ ହେଉଥିବାରୁ ଯନ୍ତ୍ରଣା ସହି ନପାରି ଆହତ ମହିଳା ଘରୁ ପଳାଇ ଯାଇ ସାହାଯ୍ୟ ମାଗିଥିଲେ। ନିକଟରେ ଭୋଜି କରୁଥିବା ସ୍ଥାନୀୟ ଲୋକଙ୍କ ଏକ ଗୋଷ୍ଠୀ ମହିଳାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଓ ସ୍ୱାମୀକୁ ଗିରଫ କରାଯାଇଛି । ତେବେ ଦ୍ୱିତୀୟ ଆକ୍ରମଣକାରୀ ଖସିଯିବାକୁ ସକ୍ଷମ ହୋଇଥିଲେ ବୋଲି କୁହାଯାଇଛି ।

ପୋଲିସ କହିଛି ମହିଳାଙ୍କ ସ୍ୱାମୀଙ୍କ ବୟସ 40 ବର୍ଷ ହେବ ଓ ତାଙ୍କ ନାଁ ରାଜେଶ ଝା ଏବଂ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସୁରଜିତ ବୋଲି ଚିହ୍ନଟ କରାଯାଇଛି । ଏ ନେଇ ନରେନ୍ଦ୍ରପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହି ଆକ୍ରମଣରେ ସମ୍ପୃକ୍ତ ତୃତୀୟ ଅଭିଯୁକ୍ତକୁ ଧରିବା ପାଇଁ ଯାଞ୍ଚ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking