29.1 C
Bhubaneswar
Monday, April 29, 2024
Homeଅପରାଧନାବାଳିକା ଖାଦ୍ୟରେ ନିଶା ଦେଇ ନର ରାକ୍ଷସମାନେ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ....

ନାବାଳିକା ଖାଦ୍ୟରେ ନିଶା ଦେଇ ନର ରାକ୍ଷସମାନେ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ….

ନୂଆଦିଲ୍ଲୀ : ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ଗଣଦୁଷ୍କର୍ମ ପରେ ଘଟଣା ସମୟର ଭିଡିଓ କରି ଧମକ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପକ୍ସୋ ଆକ୍ଟ୍ ଅଧୀନରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଜିନ୍ଦ ଠାରେ । ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଯେତେବେଳେ ଜଣେ ମହିଳାଙ୍କୁ ଦେଖା କରିବାକୁ ଯାଇଥିଲେ ଯିଏକି ତାଙ୍କ ପଡ଼ୋଶୀରେ ରହୁଥିଲେ । ଅଭିଯୁକ୍ତ ମାନେ ପୀଡ଼ିତାଙ୍କୁ ଖାଦ୍ୟରେ ନିଶା ଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲେ ଓ ଏହାପରେ ମିଶି ଗଣଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଦୁଷ୍କର୍ମ ବେଳର ଭିଡିଓ କରି ଧମକ ମଧ୍ୟ ଦେଇଥିଲେ ।

ପୋଲିସ୍ ଏନେଇ ସୂଚନା ଦେଇଛି। ଏହାବ୍ୟତୀତ ଅଭିଯୁକ୍ତ ମାନେ ଏସମ୍ପର୍କରେ କାହାକୁ ବି ନ ଜଣାଇବାକୁ ଧମକ ଦେଇଥିଲେ ଓ ଭିଡିଓକୁ ଅସ୍ତ୍ର କରି ଟଙ୍କା ମଧ୍ୟ ଆଦାୟ କରିଥିଲେ । ପ୍ରତିଦିନ ଏହିପରି ଭାବରେ ଟଙ୍କା ଦାବି କରୁଥିବାରୁ ଅତିଷ୍ଠ ହୋଇ ପୀଡ଼ିତା ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏ ମାମଲାରେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ମାମଲା ରୁଜୁ କରି ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଦୁଷ୍କର୍ମକାରୀଙ୍କ ବ୍ୟତୀତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking