25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୩୨ ବର୍ଷୀୟା ପତ୍ନୀଙ୍କୁ ନିଆଁ ଲଗାଇ ଦେଲା ସ୍ୱାମୀ; କାହିଁକି ଜାଣିଛନ୍ତି କି?

୩୨ ବର୍ଷୀୟା ପତ୍ନୀଙ୍କୁ ନିଆଁ ଲଗାଇ ଦେଲା ସ୍ୱାମୀ; କାହିଁକି ଜାଣିଛନ୍ତି କି?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦ୍ୱାରକା ଜିଲ୍ଲାର ଡାବ୍ରି ଅଞ୍ଚଳରେ ମଦ୍ୟପାନକୁ ନେଇ ଝଗଡ଼ା ହେବାରୁ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟା ପତ୍ନୀଙ୍କୁ ନିଆଁ ଲଗାଇ ଦେଇଛନ୍ତି । ନରେନ୍ଦ୍ର ନାମକ ଜଣେ ବ୍ୟକ୍ତି ଗୁରୁବାର ପତ୍ନୀ ବିନିତାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପତ୍ନୀଙ୍କୁ ପୋଡ଼ି ଦେବା ଅଭିଯୋଗରେ ସ୍ୱାମୀ ନରେନ୍ଦ୍ର ଗିରଫ ହୋଇଛନ୍ତି । ଦିଲ୍ଲୀ ପୁଲିସ ଅଧିକାରୀ କହିଛନ୍ତି, ପଡ଼ୋଶୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ବିନିତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ବିନିତା ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସରେ ଅସନ୍ତୁଷ୍ଟ ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା । ଏହି ଘଟଣାରେ ଡାବ୍ରି ଥାନା ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଏହାକୁ ନେଇ ଗୁରୁବାର ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ବିନିତାଙ୍କ ପଡ଼ୋଶୀମାନେ ପୁଲିସକୁ କହିଛନ୍ତି ଯେ ଗୁରୁବାର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ନରେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଏହି ମାମଲାରେ ପୀଡ଼ିତା କହିଛନ୍ତି ଯେ ତାଙ୍କ ସ୍ୱାମୀ ମଦ୍ୟପାନ କରନ୍ତି । ଏହାକୁ ନେଇ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ମଦ ପିଇବାକୁ ମନା କରିବାରୁ ସ୍ୱାମୀ କିରୋସିନ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ପରେ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୀଡ଼ିତାଙ୍କ ବୟାନ କୁ ଭିତ୍ତି କରି ଡବ୍ରି ପୁଲିସ ଆଇପିସିର ଧାରା ୩୦୭ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking