27.1 C
Bhubaneswar
Saturday, July 27, 2024
Homeଅପରାଧସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ

ଭୁବନେଶ୍ୱର: ସ୍ତ୍ରୀଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ କରିବା ଅଭିଯୋଗରେ ସ୍ୱାମୀ ଗିରଫ କଲା ଶହୀଦ ନଗର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳର କେଶବ ଦାସ(୪୨) । ସୂଚନା ମୁୁତବକ ଦୀର୍ଘ ବର୍ଷ ହେଲେ ଶହୀଦ ନଗର ଥାନା ଅନ୍ତର୍ଗତ ଅଖଣ୍ଡଳମଣୀ ବସ୍ତିରେ ରହୁନ୍ତି କେଶବ ଓ ତାଙ୍କ ପରିବାର ।

କେଶବ ୨୫ବର୍ଷ ତଳେ ତାଙ୍କ ଗ୍ରାମରେ ବିବାହ କରି ଥିଲେ । ପେଟ ପୋସିବା ପାଇଁ  ଦିନମଜୁରିଆ ଭାବରେ କାମ କରିବା ପାଇଁ ଭୁବନେଶ୍ୱର ତାଙ୍କ ସ୍ତ୍ରୀକୁ ନେଇ ଆସି ଅଖଣ୍ଡଳମଣୀ ବସ୍ତିରେ ରହୁଥିଲେ । ଉଭୟଙ୍କ ରହିଛି ୪ଟି ସନ୍ତାନ ଅଛନ୍ତି । କେଶବ ଗତ ୧୦ ବର୍ଷ ହେବ ତାଙ୍କ ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ଗାଳି ଗୁଲଜ କରିବା ସହ ମାରପିଟ୍ କରିଆସୁଥିଲେ । ହେଲେ କିଶେବଙ୍କ ସ୍ତ୍ରୀ ନିଜ ପିଲାମାନଙ୍କ ମୁହଁକୁ ଦେଖି ଏବଂ କିଛି ଦିନ ଗଲେ ସ୍ୱାମୀଙ୍କର  ମନୋଭାବରେ ପରିବର୍ତ୍ତନ ଆସିବାର ଅପେକ୍ଷାରେ ରହିଥିଲେ ।

ହେଲେ ସେଭଳି କିଛି ହୋଇନଥିଲା,  ଗତ ୨୦ ତାରିଖରେ କେଶବ ନିଶଶାକ୍ତ ଅବସ୍ତାରେ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ଗଳା ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ଦେଖି ସେମାନଙ୍କର ପିଲାମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ଛୁଆମାନେ ପାଟି କରିବାରୁ ପଡ଼ିଶା ଘର ଲୋକ ଆସି କେଶବକୁ ବୁଝାସୁଝା କରିବା ପରେ ମଧ୍ୟ ସେ ବୁଝି ନଥିଲେ ।ଏନେଇ ତାଙ୍କ ସ୍ତ୍ରୀ ଶହୀଦ ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି କେଶବକୁ  ଥାନାକୁ ଆଣିଥିଲେ । ଆଜି ପୁଲିସ କେଶବକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking