30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଟ୍ରାଫିକ୍ ଜାମ୍‌ରେ ଆପେଲ ବୋଝେଇ ଶତାଧିକ ଟ୍ରକ୍‌

ଟ୍ରାଫିକ୍ ଜାମ୍‌ରେ ଆପେଲ ବୋଝେଇ ଶତାଧିକ ଟ୍ରକ୍‌

ଶ୍ରୀନଗର: ଟ୍ରାଫିକ୍ ଜାମ୍ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଶତାଧିକ ଆପେଲ ବୋଝେଇ ଟ୍ରକ୍ ଅଟକି ରହିଥିବା ଜଣାପଡିଛି। ଏଥିଯୋଗୁଁ ଜମ୍ମୁ-କଶ୍ମୀରର ସୋପୋର ସହରରେ ଥିବା ଏସିଆର ସର୍ବବୃହତ ଫଳ ମାର୍କେଟରେ ବେପାର ଠପ୍ ହୋଇଥିବା କୁହାଯାଇଛି । ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ଟ୍ରାଫିକ୍ ସମସ୍ୟାରେ ଉନ୍ନତି ଘଟୁନାହିଁ ବୋଲି ଫଳ ବିକ୍ରେତା ସଂଘର ସଭାପତି କହିଛନ୍ତି । ପ୍ରାୟ ୭୦୦୦ ଫଳ ବୋଝେଇ ଟ୍ରକ୍ ବାଟରେ ଅଟକିଥିବାରୁ ବ୍ୟବସାୟୀ ପ୍ରବଳ କ୍ଷତି ସହୁଛନ୍ତି । ଟ୍ରାଫିକ୍ ବ୍ୟବସ୍ଥା ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବଗିଚାରୁ ଆପେଲ ନ ତୋଳିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧ରୁ ଏପର୍ଯ୍ୟନ୍ତ ଶ୍ରୀନଗରରୁ ୪୫,୯୨୩ ଫଳ ବୋଝେଇ ଟ୍ରକ୍ ଜମ୍ମୁ ପହଞ୍ଚିଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking