30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନିର୍ବାଚନ ଲଢ଼ିବେ ରାକ୍ଷୀ ସାୱନ୍ତ!

ନିର୍ବାଚନ ଲଢ଼ିବେ ରାକ୍ଷୀ ସାୱନ୍ତ!

ମୁମ୍ବାଇ:୨୦୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁୁ ଯାଉଥିବାବେଳେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯଦି ମୋଦୀଙ୍କ ଭଳି ଜଣେ ଚାହା ଦୋକାନୀ ପ୍ରଧାନମନ୍ତ୍ରୀ ହୋଇପାରିଲେ, ତେବେ ତାଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ନିର୍ବାଚନରେ ଜିତି ମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ରାକ୍ଷୀ କହିଛନ୍ତି ।

ସୂଚନାଯୋଗ୍ୟ ବଲିଉଡ୍ ଡ୍ରିମଗାର୍ଲ ହେମାମାଳିନୀ ଉତ୍ତରପ୍ରଦେଶର ମଥୁରା ଆସନରୁ ବିଜେପି ସାଂସଦଭାବେ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୦୨୪ରେ ମଥୁରାରୁ ଅନ୍ୟ କୌଣସି ଅଭିନେତ୍ରୀ ପ୍ରାର୍ଥୀ ହେବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ହେମାମାଳିନୀ ଦୁଇଜଣ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଓ ରାକ୍ଷୀ ସାୱନ୍ତଙ୍କ ନାମ ପ୍ରକାଶ କରିଥିଲେ । ଏହାପରେ ରାକ୍ଷୀ ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ ସମ୍ପର୍କରେ ଏଭଳି ସଙ୍କେତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking