17.1 C
Bhubaneswar
Monday, November 18, 2024
Homeଓଡିଶାକ୍ୟାପିଟାଲ ହସପିଟାଲରେ ଶତାଧିକ କର୍ମଚାରୀ କରୋନା ଆକ୍ରାନ୍ତ, ବନ୍ଦ ହେବନି ଓପିଡ଼ି

କ୍ୟାପିଟାଲ ହସପିଟାଲରେ ଶତାଧିକ କର୍ମଚାରୀ କରୋନା ଆକ୍ରାନ୍ତ, ବନ୍ଦ ହେବନି ଓପିଡ଼ି

ଭୁବନେଶ୍ୱର:  କରୋନା ମହାମାରୀ ମଧ୍ୟରେ ଅଣକରୋନା ରୋଗୀଙ୍କ ଚିକିତ୍ସାରେ ବାଧକ ସାଜିପାରେ । କ୍ୟାପିଟାଲ ହସପିଟାଲରୁ ୨୫ରୁ ଊର୍ଦ୍ଧ୍ୱ ଡ଼ାକ୍ତର ଏବଂ ୧୦୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି । ପୂର୍ବରୁ ହସପିଟାଲରେ କାର୍ଯ୍ୟରତ ୩୦ ଜଣ ଆକ୍ରାନ୍ତ ଚହ୍ନଟ ହୋଇଥିବାବେଳେ ପୁଣିଥରେ ଏତେ ସଂଖ୍ୟକ ଆକ୍ରାନ୍ତ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ନର୍ସ, ୪୦ ଜଣ ଟେକ୍ନିସିଆନ୍‌, ୧୫ରୁ ଊର୍ଦ୍ଧ୍ୱ  ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ସଂକ୍ରମଣର ଶିକାର ହୋଇଥିବା ହସପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ମାନବସମ୍ବଳ କମିଥିବାରୁ ରୋଗୀ ଚିକିତ୍ସାରେ ସାମାନ୍ୟ ସମସ୍ୟା ଉପୁଜିପାରେ ବୋଲି ଶ୍ରୀ ସାହୁ କହିଛନ୍ତି । ତେବେ ୧୦୦ ପ୍ରତିଶତଙ୍କ କର୍ମଚାରୀଙ୍କ କାମ କିପରି ୫୦ ପ୍ରତିଶତରେ କରାଯିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ସାହୁ ଆଶ୍ୱାସନା ଦେଇଛନ୍ତି । ତେବେ ବର୍ହିଃ ବିଭାଗ ରୋଗୀ (ଓପିଡ଼ି)ଚିକିତ୍ସା ସେବା ବନ୍ଦ ନେଇ ଗୁଜବକୁ ବିଶ୍ୱାସ ନ କରିବା ପାଇଁ ସେ କହିଛନ୍ତି । ଓପିଡ଼ିର ସମୟସୀମା କମେଇଦିଆଯିବ କିନ୍ତୁ ସେବା ଜାରି ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking