33.1 C
Bhubaneswar
Thursday, April 25, 2024
Homeଅପରାଧମା’କୁ ମାରି ପୋଡ଼ିଦେବା ଘଟଣା, ଜେଲ ଗଲା ହତ୍ୟାକାରୀ ପୁଅ

ମା’କୁ ମାରି ପୋଡ଼ିଦେବା ଘଟଣା, ଜେଲ ଗଲା ହତ୍ୟାକାରୀ ପୁଅ

ପୁଅକୁ ଫାଶୀହେଉ: ବାପା
ଭୁବନେଶ୍ୱର: ରାଜଧାନୀର ବଡ଼ଗଡ଼ ଥାନା ଅନ୍ତର୍ଗତ କଳିଙ୍ଗବସ୍ତିରେ ଜନ୍ମକଲା ମା’କୁ ହତ୍ୟା କରି ପୋଡ଼ିଦେବା ମାମଲାରେ ଗିରଫ ଅଭିଯୁକ୍ତ ପୁଅକୁ ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି । ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ଜେନା ଓରଫ କାଳିଆଙ୍କ ନାମରେ ଆଇପିସିର ଦଫା ୩୦୨,୨୦୧ରେ ମାମଲା ନଂ. (ନଂ.୨୨/୨୨) ରୁଜୁ କରିଛି । କୋର୍ଟରେ କାଳିଆଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ବୁଧବାର ପୂର୍ବାହ୍ନରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ପୁଲିସ ହତ୍ୟାରେ ବ୍ୟବହୃତ ଲୁହା ପାଇପ, ରେଡ଼ିଓ ଆଦି ଜବତ କରିଛି । ଅନ୍ୟପକ୍ଷରେ, ମୃତା ରଶ୍ମିତା ଜେନାଙ୍କ ସ୍ୱାମୀ ବିଷ୍ଣୁଚରଣ ଜେନା ଗଣମାଧ୍ୟମକୁ କହିଛନ୍ତି । ନିଶା ଖାଇବାକୁ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ମାଙ୍କୁ ମାରିଦେଇଥିବା ପୁଅକୁ ଫାଶି ହେଉ ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ଣ ୫ଟା ବେଳେ ବିଷ୍ଣୁଚରଣ ପାଖ ବଜାରକୁ ଯାଇଥିଲେ । ପ୍ରଶାନ୍ତ ମାଙ୍କୁ ଟଙ୍କା ମାଗିବା ସହ ଖାଇବାକୁ ମାଗିଥିଲେ । ମା’ ତାଙ୍କୁ ଟଙ୍କା ନ ଦେବାରୁ ସେମାନଙ୍କ ଝଗଡ଼ା ହୋଇଥିଲା । ରଶ୍ମିତା ତାଙ୍କୁ ଗାଳି ଦେବାରୁ ସେ ଉତ୍‌କ୍ଷିପ୍ତ ହୋଇଯାଇ  ପାଖରେ ଥିବା ଏକ ପୁରୁଣାରେଡିଓ ଓ ଲୁହା ପାଇପରେ ମାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପ୍ରଶାନ୍ତ ଘରେ ଥିବା ମାଙ୍କ ଲୁଗା ଓ କନା ଆଦିରେ କିରୋସିନ ଢାଳି ମୃତଦେହକୁ ନିଆଁ ଲଗାଇ ଦେଇଥିଲେ । ନିଆଁ ଅଧିକ ଜଳି ଆଜବେଷ୍ଟ ଫାଟିଯିବାରୁ ବାହାରକୁ ଧୁଆଁ ବାହାରିଥିଲା । ଏହାଦେଖି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ନିକଟସ୍ଥ ଚାରିଛକରେ ଥିବା ସାନ ପୁଅ ଓ ବାପା ଦୌଡ଼ି ଆସି ପ୍ରଶାନ୍ତଙ୍କୁ କାବୁ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking