29.1 C
Bhubaneswar
Saturday, July 27, 2024
Homeଓଡିଶାମାନବିକତା ପରିବାରର ଜୀବନ ଧାରା କାର୍ଯ୍ୟକ୍ରମ

ମାନବିକତା ପରିବାରର ଜୀବନ ଧାରା କାର୍ଯ୍ୟକ୍ରମ

ରାଉରକେଲା : ରାଉରକେଲାର ମାନବିକତା ତରଫରୁ ଦ୍ୱାଦଶ ପର୍ଯ୍ୟାୟ “ଜୀବନ ଧାରା ” ରକ୍ତଦାନ ଶିବିର ସେକ୍ଟର -7 ମାର୍କେଟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଯୁବନେତା ସିମାଞ୍ଚଳ ଖଣ୍ଡୁଆଳ ଙ୍କ ନେତୃତ୍ୱ ରେ ଏହି ଶିବିର କୁ ମାନବିକତା ର ଅଧକ୍ଷ ତଥା ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଏବଂ ଡା. ଜ୍ଞାନ ରଞ୍ଜନ ଗିରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ରକ୍ତଦାନ ଶିବିର ରେ ଯୁବକ ମାନେ ସ୍ବେଛାକୃତ ଭାବେ ଆସି ନିଜର ଆଗ୍ରହ ଦେଖାଇ ରକ୍ତଦାନ କରିଥିଲେ | ଏହି “ଜୀବନ ଧାରା ” ରକ୍ତଦାନ ଶିବିର ରେ ମାସର ପ୍ରତେକ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା ବେଳେ ରକ୍ତ ସଂଗ୍ରହ କରି ସମସ୍ତ ୟୁନିଟ ରକ୍ତ ରାଉରକେଲା ସରକାରୀ ଡାକ୍ତରଖାନା କୁ ପ୍ରଦାନ କରାଯିବ ବୋଲି ମାନବିକତା ପରିବାର ପ୍ରାରମ୍ଭ ରୁ ସଂକଳ୍ପ କରିଆସିଛି । ଆଜି କାର୍ଯ୍ୟକ୍ରମ ରେ 15 ୟୁନିଟ ରକ୍ତ ସଂଗୃହିତ କରାଯାଇଛି |

ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଏହି କାର୍ଯ୍ୟକ୍ରମ କୁ ଯୁବବନ୍ଧୁ ନିଜ ଆନ୍ତରିକତା ସହ ସେବା ମନଭାବ ନେଇ ଶାନ୍ତି ଶୃଙ୍ଖଳା ରେ ସମାପନ କରିଥିବାରୁ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହି ରକ୍ତଦାନ ଶିବିର କରି ଜନସାଧାରଣ ଙ୍କ ପ୍ରତି ଏହି ପ୍ରକାର ର ସେବା ଜାରି ରଖିବାକୁ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଭୋଳି ଭଞ୍ଜ, ବିରାଜ ବିଶ୍ୱାଳ,ପ୍ରଶାନ୍ତ ସାମଲ,ପ୍ରବୀଣ ପ୍ରଧାନ, ସଂଗ୍ରାମ ମହାନ୍ତି, ଆଶିଷ ଦାସ, ଅମରେଶ ଭଞ୍ଜ, କାମଦେବ ସାହୁ,ରଞ୍ଜନ ଲେଙ୍କା, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ, ବାବୁ ମହାନ୍ତି, ସୋନୁ ସିଂ ଉପସ୍ଥିତ ଥିଲେ|

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking