31.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶଚର୍ଚ୍ଚାରେ ହ୍ରିତିକ ରୋଶନ

ଚର୍ଚ୍ଚାରେ ହ୍ରିତିକ ରୋଶନ

ମୁମ୍ବାଇ : ବଲିଉଡ ଅଭିନେତା ବା ଷ୍ଟାଲିଶ ହିରୋ ହ୍ରିତିକ ରୋଶନ କିଏ ବା ନ ଜାଣେ । ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ । ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ତ ଯୁବତୀ ଜଣଙ୍କ ବିଷୟରେ ଜଣାପଡିନଥିଲା । କିନ୍ତୁ ଏବେ ଯୁବତୀଙ୍କ ଚେହେରା ସାମ୍ନାକୁ ଆସିଛି । ହ୍ରିତିକ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ କରୁଛନ୍ତି ବୋଲି ଜଣା ପଡିଛି । ସବା ଆଜାଦ ଅନେକ ୱେବ୍‌ ସିରିଜ୍‌ ସହ ବଲିଉଡ୍‌ ପ୍ରୋଜେକ୍ଟରେ କାମ କରିଛନ୍ତି । ନିକଟରେ ହ୍ରିତିକ ରୋଶନ ଏବଂ ତାଙ୍କ ସାଙ୍ଗରେ ଅଭିନେତ୍ରୀ ସବାଙ୍କୁ ଦେଖିବା ମିଳିଥିଲା । ଅଭିନେତ୍ରୀ ସବା ମୁହଁରେ ମାସ୍କ ପିନ୍ଧିଥିବାରୁ ସ୍ପଷ୍ଟ ଜଣାପଡ଼ିନଥିଲା । ସେହି ସମୟର କିଛି ଭିଡ଼ିଓ ଓ ଫୋଟୋ ଏବେ ଚାରିଆଡେ ଭାଇରାଲ୍‌ ହେବାରେ ଲାଗିଛି । ଭାଇରଲ ଭିଡିଓକୁ ଦେଖି ଅଭିନେତା ହ୍ରିତିକ ଅଭିନେତ୍ରୀ ସବାଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ଭିତରେ ବହୁ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । କିନ୍ତୁ ସେମନଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking