39.4 C
Bhubaneswar
Thursday, April 18, 2024
Homeଓଡିଶାସ୍କୁଟିକୁ ଧକ୍କା ଦେଲା କାର୍ : ୨ ମୃତ

ସ୍କୁଟିକୁ ଧକ୍କା ଦେଲା କାର୍ : ୨ ମୃତ

ସାଲେପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସାଲେପୁର କିଶନ ନଗର ଥାନା ଅଧିନସ୍ତ କଟକ ପାରାଦ୍ବୀପ ରୋଡ଼ ରାମକୁମାରପୁର ଠାରେ ଦୁର୍ଘଟଣା ହୋଇଛି । ପାରାଦ୍ବୀପ ଆଡୁ ଆସୁଥିବା ଏକ କାର୍ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ କିଶନ ନଗର ଥାନା ଅଧିନସ୍ତ ବୋଧପୁର ପଞ୍ଚାୟତ ଅନ୍ତର୍ଗତ ପାଇକାଣ ଗ୍ରାମର ସରୋଜ କୁମାର ଗୋଛାୟତ ଏବଂ ତ୍ରିଲୋଚନ ମହାରଣା । ଘଟଣାସ୍ଥଳର ଉଭୟଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ କିଶନ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ବଡ ମେଡିକାଲ ପଠାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking