39.1 C
Bhubaneswar
Wednesday, April 24, 2024
Homeଅପରାଧୟୁ-ଟ୍ୟୁବ୍ ଷ୍ଟାର୍ କରିବା ବାହାନାରେ ନାବାଳିକାଙ୍କ ସହ ଯାହା ଘଟିଲା ଜାଣିଲେ ହୋସ୍ ଉଡ଼ିବ....

ୟୁ-ଟ୍ୟୁବ୍ ଷ୍ଟାର୍ କରିବା ବାହାନାରେ ନାବାଳିକାଙ୍କ ସହ ଯାହା ଘଟିଲା ଜାଣିଲେ ହୋସ୍ ଉଡ଼ିବ….

ଯୋଧପୁର: ଜଣେ ନାବାଳିକାଙ୍କୁ ୟୁଟ୍ୟୁବ୍ ଷ୍ଟାର୍ କରିବା ଆଳରେ ଦୁଷ୍କର୍ମ କରାଯାଇଥିବା ଖବର ସାମନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ଯୋଧପୁର ଠାରେ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ରିମାଣ୍ଡରେ ନେଇଛି ପୋଲିସ । ପୀଡ଼ିତାଙ୍କ ବୟସ ୧୬ ବର୍ଷ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ୧୬ ବର୍ଷ ପୀଡ଼ିତା ଜଣକ ଗତ ତିନିରୁ ଚାରି ବର୍ଷ ଧରି ୟୁଟ୍ୟୁବରେ କମେଡି ଭିଡିଓ କରି ଅପଲୋଡ୍ କରିଆସୁଥିଲେ । ଏହାର ଏକ ମାସ ପୂର୍ବରୁ ଅଭିଯୁକ୍ତ ନିଜାମୁଦ୍ଦିନ୍ ସମ୍ପର୍କରେ ଆସିଥିଲେ ପୀଡ଼ିତା । ସେ ପୀଡ଼ିତାଙ୍କୁ ୟୁଟ୍ୟୁବର ଏକ ଫେମସ୍ କଳାକାର କରିବେ ବୋଲି କହିଥିଲେ । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଭିଡିଓ କରିବା ବାହାନାରେ ଜାନୁଆରୀ ୮ ତାରିଖ ଦିନ ଯୋଧପୁରର ଏକ ଫ୍ଲାଟକୁ ନେଇଯାଇଥିଲା । ଆଉ ସେଠାରେ ତା’ ସହିତ ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଧମକ ଦେଇଥିଲେ ଓ ମାରପିଟ୍ କରିଥିଲେ । ମଉକା ପାଇ ପୀଡ଼ିତା ଜଣକ ନିଜ ପରିବାରକୁ ଫେରିଯାଇ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ଅଭିଯୁକ୍ତ ନାମରେ ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଯୋଧପୁରରୁ ଜାନୁଆରୀ ୨୮ ତାରିଖ ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking