28.1 C
Bhubaneswar
Thursday, May 2, 2024
Homeସ୍ୱାସ୍ଥ୍ୟଶରୀରରେ ସୁଗାର ସ୍ତର କିପରି ନିୟନ୍ତ୍ରଣ କରିବେ

ଶରୀରରେ ସୁଗାର ସ୍ତର କିପରି ନିୟନ୍ତ୍ରଣ କରିବେ

ଭୁବନେଶ୍ୱର: ଶରୀରରେ ସୁଗାର ଲେବଲ୍ ବଢିବା କିମ୍ବା କମିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସୁଗାର ଲେବଲ୍ ଅନିୟନ୍ତ୍ରିତ ହେଲେ ଶରୀରର ଅନେକ ଅର୍ଗାନ୍ ଡ୍ୟାମେଜ୍ ମଧ୍ୟ ହୋଇପାରେ । ତେଣୁ ଶରୀରରେ ସୁଗାର ଲେବଲ୍ ଠିକ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ କିଛି ପଦ୍ଧତି ଗ୍ରହଣ କରି ସୁଗାରକୁ କଣ୍ଟ୍ରୋଲରେ ରଖିପାରିବା ତେବେ ଏହି ରୋଗକୁ ରୋକାଯାଇପାରିବ । ତେବେ ଚାଲନ୍ତୁ ଜାଣିବା ଅତି ସହଜ ଏବଂ ଚମତ୍କାର ଟିପ୍ସ ଯାହାର କୌଣସି ସାଇଡ୍ ଇଫେକ୍ଟ ନାହିଁ ଏବଂ ଏଥିରେ ଆପଣଙ୍କ ସୁଗାର ଲେବଲ୍ କଣ୍ଟ୍ରୋଲ୍ ମଧ୍ୟ ହୋଇଯିବ ।

ଡାଲଚିନ :

ମଧୁମେହ ରୋଗୀମାନେ ଡାଲଚିନ ପାଉଡର ଏବଂ ଲେମ୍ବୁ ଡ୍ରିଙ୍କ୍ ପିଅନ୍ତୁ । ଏହା ବ୍ୟତୀତ ଡାଲଚିନର ଚା କିମ୍ବା କାଢା ପିଇବା ଦ୍ୱାରା ସୁଗାର୍ ଲେବଲ୍ କଣ୍ଟ୍ରୋଲରେ ରହିଥାଏ ।

ଜାମୁକୋଳି :

ଜାମୁକୋଳି ପତ୍ର ଏବଂ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଯାହା ସୁଗାର କଣ୍ଟ୍ରୋଲ୍ କରିବାରେ ସହାୟକ ହୋଇଥାଏ । ଜାମୁକୋଳି ମଞ୍ଜିକୁ ଶୁଖାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସକାଳେ ଏହାକୁ ଖାଲି ପେଟରେ ଖାଆନ୍ତୁ ।

ଗ୍ରୀନ୍ ଟି :

ଗ୍ରୀନ୍ ଟିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ସୁଗାର ଲେବଲକୁ କଣ୍ଟ୍ରୋଲ୍ କରିବାରେ ପ୍ରଭାବଶାଳୀ । ଏହା ପଲିଫେନୋଲର ଏକ ଉତ୍କୃଷ୍ଟ ଉତ୍ସ ଯାହା ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ । ମଧୁମେହ ରୋଗୀମାନେ ଦିନକୁ ଦୁଇଥର ଗ୍ରୀନ୍ ଟି ପିଇପାରିବେ ।

ମେଥି :

ମେଥିକୁ ରାତିସାରା ଭିଜାଇ ରଖନ୍ତୁ । ପରଦିନ ଏହାକୁ ଛାଣି ଖାଲି ପେଟରେ ତାର ପାଣି ପିଅନ୍ତୁ । ଏହା ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking