ଭୁବନେଶ୍ୱର :୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି । ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।
୩୧ ଡିସେମ୍ବର ୧୯୩୦ ରେ, ପଣ୍ଡିତ ଜବାହରଲାଲ ନେହେରୁ ୨୬ ତମ ପୂର୍ଣ୍ଣ ସ୍ୱାଧୀନତା ଦିବସ ରବି ନଦୀ କୂଳରେ ଏକ ଧାରଣାକୁ ଆସି ଜାନୁଆରୀ ପାଳନ କରିବାକୁ ଘୋଷଣା କରିଥିଲେ । ଯେଉଁଥିପାଇଁ ଏହି ଦିନର ମହତ୍ତ୍ୱ ଆହୁରି ବଢିଯାଏ । ସ୍ୱାଧୀନତା ହାସଲ କରିବା ପରେ, ୨୬ ଜାନୁୟାରୀକୁ ୩ ବର୍ଷ ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥିଲା ଏବଂ ଏହା ପରେ, ଏହି ଦିନର ଗୁରୁତ୍ୱକୁ ବଜାୟ ରଖିବା ପାଇଁ, ୨୬ ଜାନୁୟାରୀ ୧୯୫୦ ରେ, ସମ୍ବିଧାନ କାର୍ୟ୍ୟକାରୀ ହୋଇଥିଲା ଏବଂ ଏହାକୁ ଗଣତନ୍ତ୍ର ଦିବସ ଭାବରେ କାର୍ୟ୍ୟକାରୀ କରାଯାଇଥିଲା।