33.1 C
Bhubaneswar
Wednesday, April 24, 2024

ନେତାଜୀଙ୍କ ସ୍ୱରାଜ ଦଳ

ଭୁବନେଶ୍ୱର : ୧୯୨୪ ମସିହା ଆରମ୍ଭ ସମୟରେ କଲିକତା ପୌରସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ୱରାଜ ଦଳ ଅଧିକ ସଂଖ୍ୟକ ବିଜୟୀ ହୋଇଥିଲେ । ଏହାଦ୍ୱାରା ଦେଶବନ୍ଧୁ ଚିତ୍ତରଞ୍ଜନ ମେୟର ଶହିଦ ସୁରା ବନ୍ଦୀ ଡେପୁଟି ମେୟର ଭାବରେ ନିର୍ବାଚିତ ହେଲେ । ଏ କ୍ଷେତ୍ରେ ସୁଭାଷ ଚନ୍ଦ୍ର ଏପରି ପଦବୀରେ ରହି ଯେଉଁ ଦରମା ପାଇଲେ ତାହାର ଅର୍ଦ୍ଧେକ ଅଂଶ ଦାନ ଭାବରେ ଦେଉଥିଲେ । ତାଙ୍କ କାର୍ଯ୍ୟ ଶୈଳୀ ନିପୁଣ ତଥା ନ୍ୟାୟ ସଙ୍ଗତ ହୋଇଥିବାରୁ ସେତେବେଳକାର ପୌରସଭାରେ ଥିବା ଅନ୍ୟାନ୍ୟ ବହୁ ବିଭାଗରେ ଇଂରେଜୀ କର୍ମଚାରୀମାନେ ସୁଭାଷ ଚନ୍ଦ୍ରଙ୍କର ତଳିଆ କର୍ମଚାରୀ ଭାବରେ କାର୍ଯ୍ୟ ପରିଚାଳନା କରୁଥିଲେ । କଲିକତାର ପୌର ସଭାର ସର୍ବପ୍ରଧାନ ଦାୟୀତ୍ୱ ନେବାପରେ ସୁଭାଷ କଲିକତାର ବହୁ ଉନ୍ନୟନ କାର୍ଯ୍ୟ କଲେ । ଆଇନ ସଭାରେ ସ୍ୱରାଜ ଦଳ ଏକ ଶକ୍ତିଶାଳୀ ଦଳର ଭୂମିକା ଗ୍ରହଣ କଲା । ଏହା ପରେ ସ୍ୱରାଜ ଦଳକୁ ଏକ ଶ୍ରେଷ୍ଠଦଳ ଭାବରେ ବିବେଚିତ କରାଯାଇ ଭାରତର ସରକାର ଗଠନ କରିବା ନିମନ୍ତେ ଗୋଲ ଟେବୁଲ ବୈଠକ ଆହ୍ୱାନ କରାଯାଇଥିଲା ।

୧୯୧୯ ମସିହା ୩ ନମ୍ବର ଧାରା ପ୍ରୟୋଗ କରିବା ପାଇଁ ଅକ୍ଟୋବର ମାସ ୨୪ ତାରିଖରେ ବଡ଼ଲାଟଙ୍କ ତରଫରୁ ଘୋଷଣା ନାମା ପ୍ରକାଶ ପାଇଲା । ଏହି ଆଇନ ଅନୁସାରେ ସ୍ୱରାଜ ପନ୍ଥୀମାନଙ୍କୁ ଗିରଫ କରାଗଲା । ପୁନଶ୍ଚ ସେହି ଆଇନ ବଳରେ ସୁଭାଷଙ୍କୁ ଅକ୍ଟୋବର ୨୫ରେ ତାଙ୍କର ଏଲିଗିନ ରୋଡ଼ଠାରେ ଥିବା ବାସଭବନରୁ ଗିରଫ କଲେ । ସୁଭାଷ ଚନ୍ଦ୍ର ଜେଲରେ ଥିବା ସମୟରେ ସେହି ଜେଲରେ ଥିବା ଜଣେ ପୋଲିସ ଅଫିସରଙ୍କର ଅଶାଳିନ ବ୍ୟବହାରରେ ଅତିଷ୍ଟ ହୋଇ ତାକୁ ବହିଷ୍କାର କରିବାଦ୍ୱାରା ସୁଭାଷଙ୍କୁ ଆଲିପୁର ଜେଲରୁ ବରହପୁତ୍ର ଜେଲକୁ ସ୍ଥାନାନ୍ତରିତ କରଗଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking