14.1 C
Bhubaneswar
Friday, January 10, 2025
Homeଓଡିଶାହୃଦ୍‌ରୋଗ ଅସ୍ତ୍ରୋପଚାର ପାଇଁ ହାୱଡାଗଲେ ୪ ଶିଶୁ

ହୃଦ୍‌ରୋଗ ଅସ୍ତ୍ରୋପଚାର ପାଇଁ ହାୱଡାଗଲେ ୪ ଶିଶୁ

ବ୍ରହ୍ମପୁର: ପୂର୍ବରୁ ରାଜ୍ୟ ସରକାରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଶିଶୁ ବ୍ୟୟବହୁଳ ହୃଦରୋଗ ଅସ୍ତ୍ରୋପଚାର ସୁବିଧା ପାଇ ଆରୋଗ୍ୟ ଲାଭ କରିଛନ୍ତି । ଆଜି ପୁଣି ଥରେ ବ୍ରହ୍ମପୁର ସମେତ ଜିଲ୍ଳାର ବିଭିନ୍ନ ଅଞ୍ଚଳର ମୋଟ ୪ ଜଣ ଶିଶୁ ହୃଦରୋଗ ଚିକିତ୍ସା ପାଇଁ ପଶ୍ଚିମବଙ୍ଗ ସ୍ଥିତ ହାୱଡାର ନାରାୟଣ ହୃଦୟାଳୟକୁ ଯାଇଛନ୍ତି । ଏମାନଙ୍କ ଅଭିଭାବକ ମାନଙ୍କୁ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର ଶୁଭେଛା ଜଣାଇବା ସହ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ପ୍ରାୟତଃ ସମସ୍ତ ଶିଶୁଙ୍କୁ ଗୁଜରାଟର ଅହମଦବାଦଠାରେ ଏଭଳି ଚିକିତ୍ସା ସେବା ପ୍ରଦାନ କରାଯାଉଥିôଲା । ସେଠାରେ କିଛି ଗୁରୁତର ରୋଗୀଙ୍କ ଚିକିତ୍ସା ସେବା ଉପଲବଧ ନ ହେବାରୁ ପ୍ରଥମ ଥର ହାୱଡା ପଠାଯାଇଛି ବୋଲି ଏହି କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ଅଧିକାରୀ ସନ୍ଦୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ଏହି ସେବା ପାଇବା ପାଇଁ ଯାଇଥିବା ଶିଶୁଙ୍କ ମଧ୍ୟରେ ବ୍ରହ୍ମପୁରର ୬ ମାସର ଶିଶୁ ଆଦ୍ୟାଶା ଏବଂ ୧.୩ ମାସର ଶିଶୁ ରାଜଶ୍ରୀ ସାହୁ ରହିଛନ୍ତି । ସେହିଭଳି ଗଞ୍ଜାମର ୬ମାସର ଶିଶୁ ଅନିଷା ପ୍ରଧାନ,୫ ମାସର ଶିଶୁ ସକ୍ଷମ ନାହାକ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ଶିଶୁ ମାନଙ୍କ ହୃଦରୋଗର ଚିକିତ୍ସା ଘରୋଇ ଚିକିତ୍ସା କରାଇଲେ ଲକ୍ଷାଧିକ ଟଙ୍କା ବ୍ୟୟ ଆବଶ୍ୟକ ହେଉଛି । ଏଭଳି ସ୍ଥିତିରେ ଉଭୟ ରାଜ୍ୟ,କେନ୍ଦ୍ର ସରକାରଙ୍କ ଉଦ୍ୟମ ବଳରେ ଏଭଳି ସୁବିଧା ମାଗଣାରେ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking