32.1 C
Bhubaneswar
Saturday, May 4, 2024
Homeକରୋନାହସ୍ପିଟାଲରେ ନିଆଁ , ୫ କୋରନା ସଂକ୍ରମିତ ମୃତ

ହସ୍ପିଟାଲରେ ନିଆଁ , ୫ କୋରନା ସଂକ୍ରମିତ ମୃତ

ରାୟପୁର : ଛତିଶିଗଡ ରାଜଧାନୀ ରାୟପୁର ଠାରେ ଏକ ପ୍ରାଇଭେଟ ହସ୍ପିଟାଲରେ ନିଆଁ ଲାଗିବା ଫଳରେ ୫ କୋରନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି । ରାୟପୁର ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଅଜୟ ଜାଦବ ଏନେଇ ସୂଚନା ଦେଇଛନ୍ତି । ଅଧିକରୀଙ୍କ ସୁଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଶନିବାର ରାତିରେ ରାଜଧାନୀ ହସ୍ପିଟାଲ ଅଚାନକ ନିଆଁ ଲାଗିବାର ସୂଚନା ପାଇ ପୋଲିସ ଓ ଦମକଳ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ , ଏହି ଘଟଣାରେ ଜଣେ ରୋଗୀ ନିଆଁରେ ପୋଡି ହୋଇଯାଇଥିବା ସହ ଅନ୍ୟ ୪ ଜଣ ରୋଗୀଙ୍କ ଶ୍ୱାସରୁଦ୍ଧରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୋଲିସର କହିବା ଅନୁସାରେ ରାୟପୁରର ରାଜଧାନୀ ହସ୍ପିଟାଲରେ ମୋଟ ୩୪ ଜଣ କୋରନା ରୋଗୀ ଭର୍ତ୍ତି ହୋଇଥିଲେ । ହସ୍ପିଟାଲର ଯେଉଁ ବୋର୍ଡରେ ନିଆଁ ଲାଗିଥିଲା ସେଠାରେ ୯ ଜଣ କୋରନା ରେଗୀଙ୍କୁ ରଖା ଯାଇଥିଲା । ନିଆଁ ଲାଗିବା ପରେ ରୋଗୀ ମାନଙ୍କୁ ତୁରନ୍ତ ସେଠାରୁ ବାହାର କରାଯାଇଥିଲା କିନ୍ତୁ ୫ ଜଣଙ୍କୁ ବଞ୍ଚାଯାଇପାରିଥିଲା । ତେବେ ନିଆଁ ଲାଗିବାର ସଠିକ କାରଣ ଏବେ ଯାଏଁ ଜଣାପଡିନାହିଁ । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଏହି ଘଟଣାରେ ଛତିଶିଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଶୋକ ପ୍ରକାଶ କରିଛନ୍ତି ଓ ମୃତ ଲୋକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking