36.1 C
Bhubaneswar
Saturday, May 18, 2024
Homeଓଡିଶାଜେଇ ମେନ୍ ସ୍ଥଗିତ

ଜେଇ ମେନ୍ ସ୍ଥଗିତ

ଭୁବନେଶ୍ୱର : ଯୁଗ୍ମ ପ୍ରବଶେିକା ପରୀକ୍ଷା ଜେଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଜେଇ ମେନ୍‌କୁ ସ୍ଥଗିତ କରାଯାଇଛି । ୨୦୨୧ ଅପ୍ରେଲ୍ ସେସନ୍‌ର ଜେଇ ମେନ୍‌କୁ ସ୍ଥଗିତ କରାଯାଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି । ଚଳିତ ମାସ ୨୭, ୨୮ ଓ ୩୦ରେ ହେବାର ଥିଲା ପରୀକ୍ଷା ।
ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତା ବଢ଼ିଛି। ସୁନ୍ଦରଗଡ଼ରୁ ପରେ ଏବେ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୬୬୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୪୪ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking