33.1 C
Bhubaneswar
Friday, May 3, 2024
Homeଓଡିଶାଆବାସ ଯୋଜନା ପ୍ରହସନ : ଭଙ୍ଗା ଦଦରା ଘରେ କଟୁଛି ବୁଦ୍ଧାଙ୍କ ଦିନ 

ଆବାସ ଯୋଜନା ପ୍ରହସନ : ଭଙ୍ଗା ଦଦରା ଘରେ କଟୁଛି ବୁଦ୍ଧାଙ୍କ ଦିନ 

ଧର୍ମଗଡ: କେନ୍ଦ୍ର ସରକାରଙ୍କ ନାରା ସାରା ଦେଶରେ ପକ୍କା ଘର ତିଆରି ହେବ ସେଥିପାଇଁ ଗରିବ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ସାମିଲ କରି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇ ଦେଶରେ ଚାଳ ଛପର ଘର ନରହିବାର ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ସରକାରୀ ବାବୁ ମାନଙ୍କ ଗରିବ ପ୍ରତି ଅଣଦେଖା ଯୋଗୁଁ ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ସହ ଝାଟି ମାଟି ଚାଳ ଛପର ଘରେ ବିପଦ ସଂକୁଳ ଅବସ୍ଥାରେ ବୟସର ଚରମ ସୀମାରେ ପହଂଚି ଥିବା ବୃଦ୍ଧା କାଟୁଛନ୍ତି ଦିନ । ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ଏନଏସିରୁ ଦେଖିବାମିଳୁଛି । ଏ ଦୃଶ୍ୟକୁ କେମିତି ବିପଦ ସଂକୁଳ ଅବସ୍ଥାରେ ରହିଛି ଘର । ଏହି ଘର ହେଉଛି ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୮ରେ । ମହିଳା ମହାବିଦ୍ୟାଳୟର ପଛପଟେ ଥିବା ସରଶ ବେୱାଙ୍କ ଘର । ତାଙ୍କର ନିଜର ବୋଲି ଦୁନିଆରେ କେହି ନଥିବା ବେଳେ ଲୋକଙ୍କ ଘରେ ବାସନ ମାଜି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ୱ ହେବ ସେ ଏମିତି ଦୟନୀୟ ଅବସ୍ଥାରେ ରହୁଥିବା ବେଳେ ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତେବେ କୌଣସି ସୁଫଳ ମିଳି ନାହିଁ । ତେବେ ଖରା ଦିନରେ ଯେମିତି ସେମିତି ରହିଯା’ନ୍ତି । ବର୍ଷା ଦିନରେ ଅବସ୍ଥା ନକହିବା ଭଲ । ତେବେ ସରଶ କଥା କହି ନପାରିବା ସହ ଶୁଣି ମଧ୍ୟ ପାରନ୍ତି ନାହିଁ । ବୟସର ଚରମସୀମାରେ ପହଂଚି ଥିବା ଏହି ବୃଦ୍ଧାଙ୍କୁ ଯଥା ଶିଘ୍ର ଥଇଥାନ କରି ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦାବୀ ହୋଇଛୀ । ମଣିନ୍ଦ୍ର ପାତ୍ର (ବୁଦ୍ଧିଜୀବି)ସରକାର ସମସ୍ତଙ୍କୁ ଘର ଯୋଗାଇ ଦେବା ଟିଣ୍ଡିମ ପିଟୁଥିବା ବେଳେ ଏମିତି ବିପଦ ଅବସ୍ଥାରେ ଥିବା ବୃଦ୍ଧାଙ୍କ ପ୍ରତି କେତେ ବେଳେ ଯେ ବିପଦ ମାଡି ଆସିବ ତାହା କହି ହେବ ନାହିଁ । ତେବେ ଏହି ବୃଦ୍ଧାଙ୍କୁ ଘର ଯୋଗାଇ ଦେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବି ଓ ସମାଜସେବୀ ବାରମ୍ବାର ପ୍ରଶାସନକୁ ଜଣାଇଥିବା ସତ୍ୱେ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ କରିବା ସହ ତୁରନ୍ତ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଛନ୍ତି । ତେବେ ଏନେଇ ଏନଏସି କତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରଶାସନ ସହିତ ଯୋଗାଯୋଗ କରି ଘର ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking