27.1 C
Bhubaneswar
Sunday, September 29, 2024
Homeଖେଳଇଣ୍ଡିଜ୍ ବିଶ୍ୱକପ୍ ଟିମ୍‌ରୁ ହୋଲ୍ଡର୍ ବାଦ୍

ଇଣ୍ଡିଜ୍ ବିଶ୍ୱକପ୍ ଟିମ୍‌ରୁ ହୋଲ୍ଡର୍ ବାଦ୍

ଜାମାଇକା: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆସନ୍ତା ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ୱେଷ୍ଟ୍‌ଇଣ୍ଡିଜ୍ ନିଜର ୧୫ ଜଣିଆ ସ୍କ୍ୱାଡ୍‌ରେ ବଡ଼ ପରିବର୍ତ୍ତନ କରିଛି । ଆହତ କାରଣରୁ ଅଲ୍‌ରାଉଣ୍ଡର୍ ଜେସନ୍ ହୋଲ୍ଡର ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ବାମହାତୀ ଫାଷ୍ଟ୍ ବୋଲର୍ ଓବେଡ୍ ମ୍ୟାକ୍‌କୟଙ୍କୁ ଟିମ୍‌ରେ ସାମିଲ କରାଯାଇଛି । କାଉଣ୍ଟି ଚାମ୍ପିଅନ୍‌ଶିପ୍ ଅବସରରେ ହୋଲ୍‌ଡର୍‌ଙ୍କୁ ଆଘାତ ଲାଗିଥିଲା । ଏହା ଠିକ୍ ହେବାକୁ ସମୟ ଲାଗିବ ଏବଂ ଟିମ୍ ମେଡିକାଲ୍ ଷ୍ଟାଫ୍ ତାଙ୍କ ସମ୍ପୂର୍ଣ୍ଣ ରିକଭରି ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇ ଦେଉଥିବା ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଏହି ମେଗା ଇଭେଣ୍ଟ୍ ପାଇଁ ବୋର୍ଡ ରିଜର୍ଭ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିଛି । ଏହି ତାଲିକାରେ କାଇଲ୍ ମେୟର୍ସ, ମାଥ୍ୟୁ ଫୋର୍ଡ, ଫେବିୟନ୍ ଏଲେନ୍‌, ହେଡେନ୍ ୱାଲ୍ଡ ଏବଂ ଆନ୍ଦ୍ରେ ଫ୍ଲେଚର୍‌ଙ୍କୁ ସାମିଲ କରାଯାଇଛି । ଆବଶ୍ୟକ ପଡ଼ଲେ ଏମାନଙ୍କ ମଧ୍ୟରୁ ଯେକୌଣସି ଖେଳାଳିଙ୍କୁ ମୁଖ୍ୟ ସ୍କ୍ୱାଡ୍‌ରେ ସାମିଲ କରାଯିବ । ଟୁର୍ଣ୍ଣାମେଣ୍ଟ୍ ସହ-ଆୟୋଜକ ୱେଷ୍ଟଇଣ୍ଡିଜ୍ ଜୁନ୍ ୨ରେ ପାପୁଆ ନିଉ ଗିନି ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking