34.1 C
Bhubaneswar
Friday, March 29, 2024
Homeଖେଳଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ନମିତା ଟପ୍ପୋଙ୍କ ବିଷୟରେ ଜାଣନ୍ତୁ

ଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ନମିତା ଟପ୍ପୋଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ନମିତା ଟପ୍ପୋ (ଜନ୍ମ ୪ ଜୁନ୍ ୧୯୯୫) ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି । ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ଜଉରମାଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଥୋବୋ ଟପ୍ପୋ (ବାପା) ଓ ଚକ୍ରବର୍ତ୍ତୀ ଟପ୍ପୋ (ମାଆ)ଙ୍କ ଝିଅ । ସେ ପାନପୋଷ, ରାଉରକେଲା, ସ୍ପୋର୍ଟ୍ସ୍ ହଷ୍ଟେଲର ପୁର୍ବତନ ଛାତ୍ରୀ । ସେ ୯୭ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି ୪ଟି ଗୋଲ୍ ଦେଇଛନ୍ତି ।

ଆନ୍ତର୍ଜାତୀୟ
ସେପ୍ଟେମ୍ବର ୨୫, ୨୦୧୧ରେ ୧୮ ବର୍ଷରୁ କମ୍ ଏସୀୟ କପ୍ ହରି ପ୍ପତିଯୋଗିତାରେ ରାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଫେବୃଆରୀ ୧୮ରୁ ୨୪ ୨୦୧୩ରେ ନୂଆଦିଲ୍ଲୀଠାରେ ଏଫ୍ଆଇଏଚ୍ ବିଶ୍ୱ ଲିଗ୍‌ରେ ଭାରତୀୟ ମହିଳା ହକି ଦଳକୁ ପ୍ରତିନିଧିତ୍ୱ କରିଥିଲେ ।
ଜୁଲାଇ ୪, ୨୦୧୩ରେ ଜର୍ମାନୀର ମୋଞ୍ଚେଙ୍ଗଲାବାଚ୍‌ରେ ବିଶ୍ୱ କପ୍‌ରେ କାଂସ୍ୟ ପଦକ ଜିତି ଇତିହାସ ରଚଥିବା ଜିତିଥିବା ମହିଳା କନିଷ୍ଠ ହକି ଦଳର ସଦସ୍ୟ ଥିଲେ । ୨୦୧୩ରେ ଜାପାନରେ ଆୟୋଜିତ ତୃତୀୟ ମହିଳା ଏସୀୟ ପ୍ରତିଯୋଗିତା ଟ୍ରଫିରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ।
୨୦୧୩ରେ ମାଲେସିଆରେ ଅନୁଷ୍ଠିତ ଅଷ୍ଟମ ମହିଳା ଏସୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥିଲେ । ୨୦୧୪ରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରତିଯୋଗିତା ଚ୍ୟାଲେଞ୍ଜ୍ ୧ରେ ସେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ । ଜୁନ୍ ୯ରୁ ୧୭ ୨୦୧୪ରେ ମାଲେସିଆର କୁଆଲାମ୍ପୁରରେ ୬-୦ରେ ଟେଷ୍ଟ୍ ସିରିଜ୍ ଜିତିଥିବା ମହିଳା ହକି ଟେଷ୍ଟ ଦଳର ସେ ସଦସ୍ୟ ଥିଲେ । ଜୁଲାଇ ୨୩ରୁ ଅଗଷ୍ଟ ୩ ୨୦୧୪ରେ ଗ୍ଲାସ୍‌ଗୋରେ ଅନୁଷ୍ଠିତ ୨୦ତମ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ । ଅକ୍ଟୋବର ୧ ୨୦୧୪ରେ ଦକ୍ଷିଣ କୋରିଆର ଇଞ୍ଚିଅନ୍‌ରେ ଅନୁଷ୍ଠିତ ୧୭ତମ ଏସୀୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
ଅପ୍ରେଲ୍ ୧୧ରୁ ୧୯ ୨୦୧୫ରେ ନ୍ୟୁଜିଲାଣ୍ଡ୍‌ର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ ପ୍ରତୋଯୋଗିତାରେ ସପ୍ତମ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ୨୦ ଫେବୃଆରୀରୁ ମାର୍ଚ୍ଚ ୧ ୨୦୧୬ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
ଅପ୍ରେଲ୍ ୨ରୁ ୧୦ ୨୦୧୬ରେ ନ୍ୟୁଜିଲାଣ୍ଡ୍‌ର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ କପ୍ ମହିଳା ହକି ଉତ୍ସବରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ସେ ୨୦୧୬ରେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍‌ସ ପାଇଁ ମନୋନୀତ ହୋଇଥିଲେ ।

ଜାତୀୟ
୨୦୧୦ରେ ମହିଳା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ (ଦ୍ୱିତୀୟ ସ୍ଥାନ) । ୨୦୦୮ରେ ସବ୍-ଜୁନିଅର୍ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ (ତୃତୀୟ ସ୍ଥାନ) । ୨୦୦୮ (ତୃତୀୟ) ଓ ୨୦୧୧ (ପ୍ରଥମ)ରେ ଜାତୀୟ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧତ୍ୱ କରିଥିଲେ । ୨୦୦୯ (ପ୍ରଥମ) ଓ ୨୦୧୧ରେ ଜାତୀୟ ବିଦ୍ୟାଳୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୯ (ପ୍ରଥମ)ରେ ଜାତୀୟ ଗ୍ରାମାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୭, ୨୦୦୮, ୨୦୦୯ (ପ୍ରଥମ), ୨୦୧୦ (ତୃତୀୟ)ରେ କନିଷ୍ଠ ନେହେରୁ କପ୍ ପ୍ରତିଯୋଗିତରେ ଅଂଶଗ୍ରହଣ କରିଥିଲେ । ୨୦୧୧ (ତୃତୀୟ)ରେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । ୨୭ ଡିସେମ୍ବରରୁ ୧ ଫେବୃଆରୀ ୨୦୧୧ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର୍ ଧ୍ୟାନ୍‌ଚାନ୍ଦ୍ ଜାତୀୟ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ମହିଲା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ତରଫରୁ ମନୋନୀତ ହୋଇଥିଲେ ।

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି ଖେଳାଳି ନମିତା ଟୋପ୍ପୋ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ମିଳିଛି। ଖେଳ ଜୀବନରେ ତିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ୨୮ତମ ସଂସ୍କରଣ ବିଜେତା ଭାବେ ଏହି ପୁରସ୍କାର ଦିଆଯାଇଛି। କରୋନା ଭାଇରସ ମହାମାରୀ ଯୋଗୁ ଗତବର୍ଷ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ନମିତାଙ୍କୁ ସମ୍ମାନ ଫଳକ ସହିତ ୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି।

ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

ଭାରତର ପ୍ରମୁଖ ଫେରୋ ଆଲୟଜ୍‌ ଉତ୍ପାଦନକାରୀ କମ୍ପାନି ଇମ୍ଫା ଦ୍ଵାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌’ (ଇମ୍ପାକ୍ଟ) ଦ୍ଵାରା ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳ ଥିବା ଏହି ପୁରସ୍କାର ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଚିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking