28.1 C
Bhubaneswar
Thursday, May 2, 2024
Homeଖେଳଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ଅମିତ ରୋହିଦାସ ଙ୍କ ବିଷୟରେ ଜାଣନ୍ତୁ

ଟୋକିଓ ଅଲମ୍ପିକ ପାଇଁ ମନୋନୀତ ହୋଇଥିବା ଅମିତ ରୋହିଦାସ ଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ଆଉ ଦିନ କେଇଟା ପରେ ଆରମ୍ଭ ହେବ ବିଶ୍ବ କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ । ଏ ନେଇ ସମସ୍ତ ଆଥଲେଟ ନିଜକୁ ପ୍ରସ୍ତୁତ କରିସାରିଲେଣି । ଏହି ଅଲମ୍ପିକରେ ଭାରତୀୟ ହକି ଦଳର ଡ଼ିଫେଣ୍ଡର ଭାବେ ନଜର ଆସିବେ ଓଡ଼ିଆ ଖେଳାଳି ଅମିତ ରୋହିଦାସ । ଅଲମ୍ପିକରେ ଭଲ ପ୍ରର୍ଦଶନର ଲକ୍ଷ୍ୟ ରଖିଥିବା କହିଛନ୍ତି ଅମିତ ।

28 ବର୍ଷୀୟ ଡ଼ିଫେଣ୍ଡରଙ୍କୁ ଅଲମ୍ପିକ ଖେଳିବାର ସ୍ବପ୍ନ ପୂରା କରିବାରୁ 12 ବର୍ଷ ଲାଗିଗଲା । ତିନି ଥର ଅଲମ୍ପିକ ଖେଳିଥିବା ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଗାଁରେ ଅମିତଙ୍କ ଜନ୍ମ । ପିଲାଟି ଦିନରୁ ଦିଲ୍ଲୀପ ତିର୍କୀ ହିଁ ତାଙ୍କ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସେ । ପରବର୍ତ୍ତୀ ସମୟରେ ରାଉରକେଲା ସ୍ଥିତ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲରେ ହକି ପ୍ରଶିକ୍ଷଣ ନେଇଥିଲେ ଅମିତ ।

2013 ମସିହାରେ ମାଲେସିଆରେ ଖେଳାଯାଇଥିବା ସୁଲତାନ ଆଜଲାନ ସାହା ହକି ଟୁର୍ଣ୍ଣାମେଣ୍ଟରେ ଭାରତ ପକ୍ଷରୁ ହକି ଖେଳିଥିଲେ । ସେହିବର୍ଷ ଏସିଆ କପ ହକିରେ ଉପବିଜେତା ଭାରତୀୟ ଦଳର ସଦସ୍ୟ ମଧ୍ୟ ଥିଲେ । 2013 ଏଫଆଇଏଚ ଜୁନିଅର ବିଶ୍ବକପ ପାଇଁ ଭାରତୀୟ ଦଳର ଉପଅଧିନାୟକ ଥିଲେ । 2018 ଚମ୍ପିୟାନ୍ସ ଟ୍ରଫି ଏବଂ ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଭାରତୀୟ ହକି ଦଳରେ ମଧ୍ୟ ଅମିତଙ୍କୁ ସ୍ଥାନ ମିଳିଥିଲା । ସେହିପରି କ୍ଳବ ପକ୍ଷରୁ ରାଞ୍ଚି ରିହୋନସ ଏବଂ କଳିଙ୍ଗ ଲାନ୍ସର ପକ୍ଷରୁ ହକି ଇଣ୍ଡିଆ ଲିଗରେ ପ୍ରତିନିଧିତ୍ବ କରିଛନ୍ତି ଅମିତ । ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ 73 ଟି ମ୍ୟାଚ ଖେଳି 8 ଟି ଗୋଲ ସ୍କୋର କରିଛନ୍ତି ଅମିତ ।

ଅଲମ୍ପିକରେ ଭଲ ପ୍ରଦର୍ଶନ କରି ଓଡିଶାକୁ ଗୌରାବିନ୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଏ ନେଇ ତାଙ୍କର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଛନ୍ତି ଅମିତ । ଗତକାଲି ଟୋକିଓ ଆଥଲେଟଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking