ନୂଆଦିଲ୍ଲୀ: ସଂପ୍ରତି କୋଭିଡ୍ର ଓମିକ୍ରନ୍ ଭାରିଆଣ୍ଟ୍କୁ ଚିହ୍ନଟ କରିବାକୁ ଦେଶରେ ଜେନୋମ୍ ସିକ୍ୱେନ୍ସିଂ ପରୀକ୍ଷା କରାଯାଉଛି । ତେବେ ଅର୍ଥାଭାବ ଯୋଗୁଁ ଦେଶର ୫ଟି ପ୍ରମୁଖ ଲ୍ୟାବ୍ ବନ୍ଦ ହୋଇଥିବାରୁ ଏହି ପରୀକ୍ଷା ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ଏହି ୫ଟି ଲ୍ୟାବ୍କୁ କୋଭିଡ୍ ପରାମର୍ଶଦାତା ଗ୍ରୁପ୍ ସ୍ୱୀକୃତି ଦେଇସାରିଛି ।
କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଜେନୋମ ସିକ୍ୱେନ୍ସିଂ ପାଇଁ ଆବଶ୍ୟକ ରାସାୟନିକ ସାମଗ୍ରୀ (ରିଆଜେଣ୍ଟ୍ସ) କିଣାଯାଇ ପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି କାରଣରୁ ବିଗତ ଏକ ମାସ ମଧ୍ୟରେ ଦେଶରେ ଜୋନୋମ ସିକ୍ୱେନ୍ସିଂ ପରୀକ୍ଷା ୪୦ ପ୍ରତିଶତ ହ୍ରାସ ପାଇଛି । ଅପରପକ୍ଷରେ ଏହା ଏକ ବ୍ୟୟବହୁଳ ପରୀକ୍ଷା ହୋଇଥିବାରୁ ପ୍ରତ୍ୟେକ କୋଭିଡ୍ ଆକ୍ରାନ୍ତଙ୍କର ଜେନୋମ ସିକ୍ୱେନ୍ସିଂ କରାଯାଇ ପାରିବନି ବୋଲି କୋଭିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ଡାଃ ଭି.କେ.ପଲ୍ କହିସାରିଛନ୍ତି ।