20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶହିଜାବ ପିନ୍ଧିବାକୁ ମନାକଲେ ପରୀକ୍ଷା ଦେବୁ ନାହିଁ, ହାଇକୋର୍ଟଙ୍କ ରାୟ ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

ହିଜାବ ପିନ୍ଧିବାକୁ ମନାକଲେ ପରୀକ୍ଷା ଦେବୁ ନାହିଁ, ହାଇକୋର୍ଟଙ୍କ ରାୟ ପରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

ବେଙ୍ଗାଲୁରୁ: ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦ୍ୱାରା ଆଜି ଦିଆଯାଇଥିବା ଶୁଣାଣି ପରେ କର୍ଣ୍ଣାଟକର ଏକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ବର୍ଜନ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ମହାବିଦ୍ୟାଳୟରେ ହିଜାବ ପିନ୍ଧିବା ବିରୋଧରେ ରାୟ ଦେଇ କହିଛନ୍ତି, ମହାବିଦ୍ୟାଳୟ ପ୍ରଶାସନର ଆଦେଶ ଅନୁସାରେ ୟୁନିଫର୍ମ ପିନ୍ଧିବାକୁ ପଡିବ । ସୂଚନା ଅନୁଯାୟୀ, ହାଇକୋର୍ଟର ରାୟ ଆସିବା ପରେ କର୍ଣ୍ଣାଟକର ୟାଦଗିରର ସରକାରୀ ପିୟୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ବର୍ଜନ କରି ସେଠାରୁ ଚାଲିଯାଇଥିଲେ । ତାଙ୍କ ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହୋଇ ଦ୍ୱିପହର ୧ଟା ବେଳେ ଶେଷ ହେବାର ଥିଲା । କିନ୍ତୁ କିଛି ଛାତ୍ର ପରୀକ୍ଷା ଚାଲିଥିବା ବେଳେ ହିଁ ମହାବିଦ୍ୟାଳୟ ଛାଡି ଦେଇଥିଲେ ।
ମହାବିଦ୍ୟାଳୟର ପ୍ରିନ୍ସିପାଲ ଶକୁନ୍ତଳା କହିଛନ୍ତି, ସେ ଛାତ୍ରଛାତ୍ରୀମାନଙ୍କୁ କର୍ଣ୍ଣାଟକ ହାଇକୋର୍ଟର ଆଦେଶ ପାଳନ କରିବା ପାଇଁ ନିବେଦନ କରିଥିଲେ । କିନ୍ତୁ ଛାତ୍ରଛାତ୍ରୀମାନେ ମନା କରିଦେଇଥିଲେ ଓ ପରୀକ୍ଷା କେନ୍ଦ୍ରରୁ ବାହାରକୁ ଚାଲିଯାଇଥିଲେ । ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଛାଡି ଚାଲି ଯାଇଥିଲେ । ଛାତ୍ରଛାତ୍ରୀମାନେ ନିଜ ଜବାବରେ କହିଥିଲେ, ସେମାନେ ନିଜ ମାତାପିତାଙ୍କ ସହ ନିଷ୍ପତ୍ତି ଉପରେ ଆଲୋଚନା କରିବେ ଓ ସ୍ଥିର କରିବେ ସେମାନେ ହିଜାବ ନ ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିବେ କି ନାହିଁ । ଜଣେ ଛାତ୍ରୀ କହିଥିଲେ, ଆମେ ହିଜାବ ପିନ୍ଧି ହିଁ ପରୀକ୍ଷା ଦେବୁ । ଯଦି ସେମାନେ ହିଜାବ ହଟାଇ ପରୀକ୍ଷା ଦେବାକୁ କହିବେ ତେବେ ଆମେ ପରୀକ୍ଷା ଦେବୁ ନାହିଁ । ସୂଚନାଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ମହାବିଦ୍ୟାଳୟରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବା ପରେ ନିବା ନାଜ୍ ନାମକ ଜଣେ ଛାତ୍ରୀ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking