22.1 C
Bhubaneswar
Wednesday, January 22, 2025
Homeଓଡିଶାପୌର ଫାଇଟ: କାହା ହାତକୁ ଯିବ ଭଦ୍ରକ ସହର ?

ପୌର ଫାଇଟ: କାହା ହାତକୁ ଯିବ ଭଦ୍ରକ ସହର ?

ଭଦ୍ରକ: ଚଳିତ ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର। ପୌର ନିର୍ବାଚନ ଘୋଷଣା ପରଠାରୁ ସହରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ହାତରେ ଆଉ ମାତ୍ର ରହିଛି କିଛି ଘଣ୍ଟା। କମ ସମୟ ମଧ୍ୟରେ ୱାର୍ଡର ସବୁ ବର୍ଗର ଭୋଟରଙ୍କୁ ଭେଟିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ। ଆଉ ଏହି ଧାରାରୁ ବାଦ ପଡ଼ିନି ଭଦ୍ରକ ଜିଲ୍ଲା। ଏଥର ପ୍ରଥମ କରି କାଉନସିଲରଙ୍କ ପରି ପୌରଧ୍ୟକ୍ଷାଙ୍କୁ ଭୋଟର ମାନେ ସିଧାସଳଖ ନିର୍ବାଚିତ କରିବେ। ଯାହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଦେଖାଦେଇଛି ସିଧାସଳଖ ଛକାପଞ୍ଝା। ମୋଟ ୩୦ ଗୋଟି ୱାର୍ଡକୁ ନେଇ ଗଠିତ ହୋଇଛି ଭଦ୍ରକ ପୌର ପାଳିକା। ଏହି ପୌର ପାଳିକାରେ ମୋଟ ୮୭ ହଜାର ୩୭୭ ଜଣ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୪୪ ହଜାର ୫୭୭ ଜଣ ପୁରୁଷ ଭୋଟର ଥିଲା ବେଳେ ୪୨ ହଜାର ୨୭୭ ଜଣ ମହିଳା ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୮୭ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଛି। ପରିଶେଷରେ ବିଜେଡି ଏହି ପୌର ପାଳିକାକୁ ଦଖଲ କରିଥିଲା। ତେବେ ଚଳିତ ନିର୍ବାଚନରେ ଏଠାରେ ଚତୁର୍ମୁଖୀ ପ୍ରତିଦ୍ବନ୍ଦୀତା ହେବାର ସମ୍ଭାବନା ଦେଖାଯାଇଛି। ତେଣୁ ତିନି ପ୍ରମୁଖ ଦଳ ତିନି ଜଣ ମହିଳା ପ୍ରାର୍ଥୀ ଏବଂ ଜଣେ ସଂଖ୍ୟାଲଘୁ ଶିକ୍ଷିତ ମହିଳା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଛିଡା ହୋଇଛନ୍ତି। ବିଜେଡିରୁ ନବାଗତ ସମିତା ମିଶ୍ର ପୌରାଧ୍ୟକ୍ଷା ପଦବୀ ପାଇଁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ପୂର୍ବତନ ଉପାଧ୍ୟକ୍ଷା ଗୀତାରାଣୀ ପଢିଆରି ପ୍ରତିଦ୍ବନ୍ଦିତା କରୁଛନ୍ତି। ବିଜେଡି ପାଇଁ ଭଦ୍ରକ ବିଧାୟକଙ୍କ ନେତୃତ୍ବରେ ପୂର୍ବତନ ଭଦ୍ରକ ପୌରପାଳ ମାନସ ମହାନ୍ତି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ତଥା ୨୦୧୯ ଭଦ୍ରକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡା. ପ୍ରଦୀପ ନାୟକ ବିଜେପି ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking