27.1 C
Bhubaneswar
Wednesday, June 26, 2024
Homeଓଡିଶାରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଅସହ୍ୟ ତାତି, ଗୁଳୁଗୁଳି ସାମାନ୍ୟ ଆଶ୍ୱସ୍ତି । ବଦଳିଲା ପାଗ । ରାଜଧାନୀରେ ପ୍ରବଳ ବର୍ଷା । କାଳବୈଶାଖୀ ବର୍ଷାରେ ଭିଜିଲା ରାଜଧାନୀ । ଦେଶରେ ମୌସୁମୀ ଆଗମନର ୨ ସପ୍ତାହ ଅତିକ୍ରମ କରିଛି, କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଲଗାମ ଲାଗୁ ନାହିଁ। ବରଂ ପ୍ରବଳ ଖରା ଓ ଗରମରେ ଓଡ଼ିଶା ଭାଜି ହେଉଛିନ୍ତି ସମଗ୍ର ରାଜ୍ୟବାସୀ। ତେବେ ଗ୍ରୀଷ୍ମଲହରି ଆହୁରି ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା, ତାପମାତ୍ରା ଆହୁରି ୩ ଦିନ କଲକଲ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଥିଲା। ଏହାରି ଭିତରେ ସାମାନ୍ୟ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ବର୍ଷା, ପବନରେ ଭାଙ୍ଗିଯାଇଛି ବଡ ବଡ ଗଛ । ଗଛ ଡାଳ ପଡି ରାସ୍ତା ଅବରୋଧ ହୋଇଯାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି । ତେବେ ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଁଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking