19.1 C
Bhubaneswar
Sunday, November 24, 2024
Homeଓଡିଶାନାଗପୁରରେ ପ୍ରବଳ ବର୍ଷା: ପାଣିରେ ଫସିଛନ୍ତି ଅନେକ ଲୋକ

ନାଗପୁରରେ ପ୍ରବଳ ବର୍ଷା: ପାଣିରେ ଫସିଛନ୍ତି ଅନେକ ଲୋକ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି । ନାଗପୁର ଜିଲ୍ଲା ଏବଂ ମହାନଗରର ସ୍କୁଲ ସବୁ ଛୁଟି ଘୋଷଣା କରାଯାଇଛି ।

୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାତି ୨ଟାରୁ ଲଗାଣ ବର୍ଷା ଜାରି ରହିଛି। ଜୁଆଡେ ଚାହିଁବ ପାଣି ଆଉ ପାଣି। ବୁଡି ରହିଛି କାର୍ ଓ ବସ୍। ଅମ୍ବାଝରି ହ୍ରଦରୁ ପାଣି ଉଛୁଳି ସହର ସାରା ଜଳମଗ୍ନ ହୋଇଯାଇଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଲୋକମାନେ ଦଉଡି ସାହାଯ୍ୟରେ ପାର ହେଉଛନ୍ତି। ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି।

୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଅଗ୍ନିଶମ ବାହିନୀ ଓ SDRF ଟିମ୍ । ଲୋକମାନଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking