17.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶମୁମ୍ବାଇରେ ଭାରୀ ବର୍ଷା: ସ୍କୁଲ-କଲେଜ ବନ୍ଦ, ସମସ୍ତ ପରୀକ୍ଷା ରଦ୍ଦ

ମୁମ୍ବାଇରେ ଭାରୀ ବର୍ଷା: ସ୍କୁଲ-କଲେଜ ବନ୍ଦ, ସମସ୍ତ ପରୀକ୍ଷା ରଦ୍ଦ

ମୁମ୍ବାଇ: ମୁମ୍ବାଇରେ ଭାରୀ ବର୍ଷା ଲାଗି ରହିଛି । ଆଇଏମଡି ମଧ୍ୟ ସହରରେ ରେଡ୍ ଆଲର୍ଟ ଜାରି କରିଛି । ମୁମ୍ବାଇ ସମେତ ଆଖପାଖ ଅଞ୍ଚଳରେ ଭାରୀ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ବୃହମୁମ୍ବାଇ ମହାନଗରପାଳିକା ପରିସ୍ଥିତିକୁ ନଜରରେ ରଖି ସ୍କୁଲ କଲେଜ ବନ୍ଦ କରିବାକୁ ଘୋଷଣା କରିଛି । ବର୍ଷା ଯୋଗୁଁ ମୁମ୍ବାଇର କୋଲାବା ସବୁଠାରୁ ଅଧିକ ପ୍ରଭାବିତ ନଜର ଆସୁଛି । ଇତିହାସରେ ପ୍ରଥମ ଥର ଜୁଲାଇରେ ଏତେ ବର୍ଷା ମୁମ୍ବାଇରେ ହୋଇଛି । ଅଧିକାରୀମାନଙ୍କ କହିବାନୁସାରେ ଏହି ରେକର୍ଡ ୨୦୨୦ରେ ହୋଇଥିଲା । ସେହି ସମୟରେ ସାନ୍ତାକ୍ରୁଜରେ ୧୫୦୨ ମିମି ବର୍ଷା ହୋଇଥିଲା । ୨୦୨୩ରେ ୧ ଜୁଲାଇରୁ ୨୬ ଜୁଲାଇ ସକାଳ ସୁଦ୍ଧା ଏହି ଆକଳନ ୧୪୩୩ ମିମିରେ ପହଞ୍ଚିଯାଇଥିଲା ।

ଗୁରୁବାର ଏହି ରେକର୍ଡ ୧୫୫୭.୮ ମିମି ପହଞ୍ଚିଥିଲା । ଆଇଏମଡି ଜଣାଇଛି କି କୋଲାବାରେ ୨୪ ଘଣ୍ଟା ଭିତରେ ଭାରୀ ବର୍ଷା ହୋଇଛି । ଯଦିଓ ସାନ୍ତାକ୍ରୁଜରେ ଏହା ୨୪.୪ ଡିଗ୍ରୀ ସେଲସିୟସ ଥିଲା, ଏଠାରେ ୧୪୫.୧ ମିମି ବର୍ଷା ହୋଇଛି । ମୁମ୍ବାଇ ଏବଂ ଉପକଣ୍ଠ ଅଞ୍ଚଳରେ ଗୁରୁବାର ଦ୍ୱିପ୍ରହର ସୁଦ୍ଧା ପ୍ରଥମ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ଏହା ପରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ମୁମ୍ବାଇ ଭାରୀ ବର୍ଷାକୁ ସାମ୍ନା କରୁଛି । ବୁଧବାର ସକାଳ ସାଢେ ୮ଟାରୁ ଗୁରୁବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ବିଏମସି ଭାରୀ ବର୍ଷା ଯୋଗୁଁ ସ୍କୁଲ କରେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରେଡ୍ ଆଲର୍ଟ ମଧ୍ୟରେ ମୁମ୍ବାଇ ୟୁନିଭର୍ସିଟିରେ ଗୁରୁବାର ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ରଦ୍ଦ କରାଯାଇଛି । ଏସମ୍ପର୍କରେ ବୁଧବାର ବିଶ୍ୱବିଦ୍ୟାଳୟ ବୋର୍ଡ ତରଫରୁ ସର୍କୁଲାର ମଧ୍ୟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking