30.1 C
Bhubaneswar
Monday, May 20, 2024
Homeଓଡିଶାଦିଲ୍ଲୀରେ ପୁଣି ବର୍ଷା

ଦିଲ୍ଲୀରେ ପୁଣି ବର୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଆରମ୍ଭ ହୋଇଯାଇଛି ବର୍ଷା । ଲାଲ କିଲ୍ଲାରେ ବର୍ଷା ହେଉଛି । ବର୍ଷା ପାଇଁ ଦିଲ୍ଲୀବାସୀଙ୍କୁ ଗରମ ରୁ ଆଶ୍ୱସ୍ତି ମିଳିଛି । ହେଲେ ଯଦି ଏହି ପରିମାଣରେ ବର୍ଷା ଲାଗିରହେ, ତେବେ ରାଜଧାନୀରେ ଜଳମଗ୍ନ ହୋଇଯିବ ଏବଂ ଯାତାୟାତ ବାଧାପ୍ରାପ୍ତ ହେବ ।ଆଗକୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘଡିଘଡି ସହିତ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ସହିତ ଶୀତର ପ୍ରବାହ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି ।

ଆଗାମୀ ଦୁଇରୁ ତିନିଦିନ ଭିତରେ ଦିଲ୍ଲୀ ଓ ଏହାର ପଡୋଶୀ ଅଞ୍ଚଳ, ଉତ୍ତର-ପୂର୍ବ ରାଜସ୍ଥାନ ଓ ଦକ୍ଷିଣ-ପୂର୍ବ ହରିଆଣାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଗୁରୁଗ୍ରାମ, ଫାରୁଖନଗର, କୋସଲି, ମନେସର, ସୋହନା, ଫରିଦାବାଦ, ଭିୱାଡି, ରେୱାଲ, ବାୱାଲ, ବଲାବଗଡ ସମେତ ଅଞ୍ଚଳରେ ବଜ୍ରପାତ ସହିତ ମଧ୍ୟମରୁ ତୀବ୍ର ବର୍ଷା ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking