26.1 C
Bhubaneswar
Thursday, September 19, 2024
Homeଓଡିଶା‘ମିଗ୍‌ଜୋମ୍‌’ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଆଜି ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

‘ମିଗ୍‌ଜୋମ୍‌’ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା; ଆଜି ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡ଼ାର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି ।  ତେବେ  ଗଜପତି ଜିଲ୍ଲାର ମୋହନାରେ ସର୍ବାଧିକ ବର୍ଷା ହୋଇଥିବା ଜଣାପଡିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତାହା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଛି । ଆଜି ବର୍ଷାର ମାତ୍ରା ଅଧିକା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ମିଗଜୋମ ସମ୍ପର୍କରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ମାଲକାନଗିରି, କୋରାପୁଟ, ଗଜପତି ଆଦି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ ଆଦି ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହେଇଛି । ଗଜପତି ଜିଲ୍ଲା ମୋହନାରେ ଝିପିଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ମଙ୍‌ଗଳବାର ବର୍ଷାର ପରିମାଣ ବୃଦ୍ଧି ପାଇଥିଲା । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଙ୍ଗ ଦିଆଯାଇଛି । ଏହାକୁ ଆଖି ଆଗରେ ରଖି ଗଜପତିରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି ବନ୍ଦ ରହିବ । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅପରପକ୍ଷେ ରାଜ୍ୟରେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରାୟ ୨୦ ଜିଲ୍ଲାରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ସମାନ୍ୟେରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ୭ରୁ ପାଗରେ ପରିବର୍ତ୍ତନ ଆସିଲେ ହେଁ ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା କମ୍ ରହିବ । ଆଜି ସମସ୍ତ ଜିଲ୍ଲାରେ ତାପମାତ୍ରା ୩୦ଂ ତଳକୁ ରହିଥିବା ବେଳେ ଭୁବନେଶ୍ୱର ତାପାମତ୍ରା ୨୮.୮ଂ ଏବଂ କଟକର ତାପମାତ୍ରା ୨୮ଂ ରହିଥିଲା । ସେହିପରି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର ରାଉରକେଲା, ପାରଦ୍ୱୀପ, ଗୋପାଳପୁର, ଝାରସୁଗୁଡା, ସମ୍ବଲପୁର, କୋରାପୁଟ, ଫୁଲବାଣୀ, ପାରଳାଖେମୁଣ୍ଡି, ନୁଆପଡା ଆଦି ଜିଲ୍ଲାରେ ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking