24.5 C
Bhubaneswar
Thursday, January 16, 2025
Homeଓଡିଶା୪୦ ଡିଗ୍ରୀ ଉପରେ ୮ ସହର : ଆସନ୍ତା ୩ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା

୪୦ ଡିଗ୍ରୀ ଉପରେ ୮ ସହର : ଆସନ୍ତା ୩ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୮ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗିରର ତାପମାତ୍ରା ସର୍ବାଧିକ ୪୨.୬ ଡିଗ୍ରୀ ରହିଥିବା ବେଳେ ଏହା ଉତ୍ତପ୍ତ ସହର ପାଲଟିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏକ ଟ୍ରଫ୍ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ଆସନ୍ତାକାଲି ସକାଳ ସାଢ଼େ ୮ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏପ୍ରିଲ ୭ ତାରିଖ ସକାଳ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ତେବେ ଉପକୂଳ ଓଡ଼ିଶାରେ ପାଗ ପ୍ରାୟତଃ ଶୁଖିଲା ଓ କୋହଲା ରହିବ । ଆସନ୍ତା ୫ ଦିନ ଯାଏଁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ସ୍ୱାଭାବିକ ତାପମାତ୍ରାରୁ ୨ରୁ ୩ ଡିଗ୍ରୀ ପାରଦ ଉପରେ ରହିବାନେଇ ସେ କହିଛନ୍ତି । ସୋମବାର ୪୦ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ସହରଗୁଡିକ ମଧ୍ୟରେ ଝାରସୁଗୁଡା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ ୪୦.୫, ଭବାନୀପାଟଣା ୪୦.୬, ଟିଟିଲାଗଡ ୪୨.୫, ସୁବର୍ଣ୍ଣପୁର ୪୦.୬, ବୌଦ୍ଧ ୪୨ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳର ତାପମାତ୍ରା ୩୯.୭ ଡିଗ୍ରୀ ରହିଥିବା ବେଳେ ହୀରାକୁଦ ୩୯.୨, ତାଳଚେର ୩୯, ଫୁଲବାଣୀ ୩୯.୯, ମାଲକାନଗିରି ୩୯, ଭୁବନେଶ୍ୱରର ୩୪.୪, କଟକ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking