28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶହୃଦୟବିଦାରକ; ବୋମାମାଡ଼ରେ ଗୋଟିଏ ପରିବାରର ୭୬ ମୃତ

ହୃଦୟବିଦାରକ; ବୋମାମାଡ଼ରେ ଗୋଟିଏ ପରିବାରର ୭୬ ମୃତ

ଅଭିଭ୍ : ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି । ବେଳେବେଳେ ଏହି ଆକ୍ରମଣର ଏକ ଅତି ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି । ଗତ ଶୁକ୍ରବାର ଗାଜା ଉପରେ ହୋଇଥିବା ଇସ୍ରାଏଲର ଏକ ବଡ଼ ବିମାନ ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଡିସେମ୍ବର ୨୨ର ଏକ କୋଠା ଉପରେ ହୋଇଥିବା ବୋମା ବିସ୍ଫୋରଣ ଇସ୍ରାଏଲ-ହାମାସ ଯୁଦ୍ଧରେ ସବୁଠାରୁ ଭୟଙ୍କର ଥିଲା ବୋଲି ଗାଜା ଅଧିକାରୀମାନେ କହିଛନ୍ତି । ଗାଜାର କୌଣସି ସ୍ଥାନ ସୁରକ୍ଷିତ ନାହିଁ ବୋଲି ଜାତିସଂଘ ମୁଖ୍ୟ ପୁଣି ଥରେ ଚେତାବନୀ ଦେବା ସତ୍ତ୍ୱେ ଏହି ଆକ୍ରମଣ ହୋଇଛି । ଇସ୍ରାଏଲର କ୍ରମାଗତ ଆକ୍ରମଣ ମାନବୀୟ ସହାୟତା ଯୋଗାଣରେ “ବିରାଟ ପ୍ରତିବନ୍ଧକ” ସୃଷ୍ଟି କରୁଛି ବୋଲି ଜାତିସଂଘ ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୭ରୁ ଚାଲିଥିବା ଇସ୍ରାଏଲ ଓ ହମାସ ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକପ୍ରାଣ ହରାଇଛନ୍ତି । ଗାଜା ର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଅକ୍ଟୋବର ୭ରେ ହମାସର ଆତଙ୍କବାଦୀମାନେ ଇସ୍ରାଏଲ ସୀମା ମଧ୍ୟରେ ପ୍ରବେଶ କରି ମୃତ୍ୟୁର ତାଣ୍ଡବ ରଚାଇବା ସହ ଶତାଧିକ ଲୋକଙ୍କୁ ଅପରହଣ କରିନେଇଥିଲେ । ଏହାପରେ ଗାଜା ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking