37.1 C
Bhubaneswar
Sunday, April 28, 2024
Homeସ୍ୱାସ୍ଥ୍ୟସଂକ୍ରମଣ ସମୟରେ ହାର୍ଟ ଆଟାକ ପ୍ରତି ସାବଧାନ

ସଂକ୍ରମଣ ସମୟରେ ହାର୍ଟ ଆଟାକ ପ୍ରତି ସାବଧାନ

ଭୁବନେଶ୍ୱର: କରୋନାରେ ସଙ୍କ୍ରମଣ ହୋଇ ଅନେକ ଲୋକ ହାର୍ଟଆଟାକରେ ପ୍ରାଣ ହରାଉଛନ୍ତି । ଏହି ମାମଲା ଏବେ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷିରେ ବେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ନରେଶ ଟ୍ରେହାନ କହିଛନ୍ତି ଯେ, ୩ ଟି ଫେଜ୍‌ରେ ସଙ୍କ୍ରମଣ ହେଉଛି । ପ୍ରଥମ୫ରୁ ୭ଦିନ ଭୁତାଣୁ ବଡିରେ ବହୁଗୁଣିତ ହେଉଛି । ପୂର୍ବରୁ ଲାଗୁଥିଲା ଯେ, ଏହି ଭୂତାଣୁ କେବଳ ଫୁସଫୁସକୁ ଆକ୍ରମଣ କରିଥାଏ । କିନ୍ତୁ ନା ଇଟାଲୀରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଏହି ଭୂତାଣୁ କିଡନୀ, ଯକୃତ,ହାର୍ଟ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି ।

ସାବଧାନ ରୁହନ୍ତୁ ଯୁବଗୋଷ୍ଠୀ
କରୋନାର ପ୍ରଥମ ୱେଭ୍‌ରେ ଦେଖାଯାଉଥିଲା କି ଯେଉଁମାନେ ସଙ୍କ୍ରମଣ ହେଉଥିଲେ ସେମାନଙ୍କ ହାର୍ଟରେ କୌଣସି ଅସୁବିଧା ହେଉନଥିଲା । ଯଦିବା ହେଉଥିଲା ସାମାନ୍ୟ ହେଉଥିଲା । କିନ୍ତୁ କରୋନାର ଦ୍ୱିତୀୟ ଲହରରେ ଯେଉଁ କମ୍ ବୟସର ଯୁବକ ସଙ୍କ୍ରମିତ ହେଉଛନ୍ତି ତାଙ୍କ ହୃଦୟରେ ପ୍ରଭାବ ପଡୁଛି । ବିଶେଷକରି ୨୩ରୁ ୩୦ ବର୍ଷ ବୟସର ଯୁବଗୋଷ୍ଠିଙ୍କ ହାର୍ଟକୁ ଆକ୍ରମଣ କରୁଛି ଭାଇରସ । ଯୁବକମାନଙ୍କର ହୃଦସ୍ପନ୍ଦନ ହାର କମ ରହୁଥିବାର ଦେଖାଯାଉଛି । ଯାହା ଫଳରେ ମୃତ୍ୟୁ ବରଣ କରୁଛନ୍ତି ଯୁବଗୋଷ୍ଠୀ । ମନେରଖନ୍ତୁ ଏହି ଜୀବାଣୁ ହୃଦୟରେ ଗଭୀର ପ୍ରଭାବ ପକାଉଛି । ସର୍ବଦା ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଛାତି ଯନ୍ତ୍ରଣା , ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ହୃଦଘାତ ଭଳି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । କେବଳ ଫୁସଫୁସ ନୁହେଁ ଏହି ଭୂତାଣୁ ପ୍ରତ୍ୟେକ ଅଙ୍ଗ ଉପରେ ପ୍ରଭାବ ପକାଉଛି ।
ଯେଉଁମାନଙ୍କର ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ନାହିଁ ସେମାନେ ଯଦି ସଙ୍କ୍ରମଣ ହେଉଛନ୍ତି ତାହେଲେ ବ୍ଲଡ ପ୍ରେସର ଏବଂ ହୃଦସ୍ପନ୍ଦନ ଉପରେ ନଜର ରଖିବାକୁ ପଡିବ । କାହିଁକି ନାଁ ଅନେକ ଲୋକଙ୍କର ହୃଦସ୍ପନ୍ଦନ ଏବଂ ବ୍ଲଡ ପ୍ରେସର ବଢିଯିବାର ନଜର ଆସୁଛି । ଯାହାକି କ୍ଷତିକାରକ । ଏମିତି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଆନ୍ତୁ ।
ଯେଉଁମାନେ ବାଇପାସ୍ ସର୍ଜରୀ କରିଛନ୍ତି, ସେମାନେ ଏହି ସମୟରେ ସୁବଠୁ ଅଧିକ ଯତ୍ନଶୀଳ ହୋଇ ରହିବା ଜରୁରୀ । ସେମାନଙ୍କ ନିୟମିତ ଔଷଧର ସମୀକ୍ଷା କରାଯାଇଥାଏ । ଏବଂ ସେମାନଙ୍କୁ ଆଣ୍ଟି ପ୍ଲାଲେଟ ଔଷଧ ଦିଆଯାଇଥାଏ । ଫଳରେ ସେମାନଙ୍କ ଶରୀରରେ କୌଣସି ସ୍ଥାନରେ ରକ୍ତ ଜମାଟ ବାନ୍ଧିନଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking