26.1 C
Bhubaneswar
Friday, March 29, 2024
Homeଓଡିଶାଗଁଦିଆରେ କଖାରୁର ଅଭାବୀ ବିକ୍ରି

ଗଁଦିଆରେ କଖାରୁର ଅଭାବୀ ବିକ୍ରି

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ରେ ଅଭାବୀ ବିକ୍ରିର ଶିକାର ହୋଇ ତଳିତହଳାନ୍ତ ହେବାକୁ ବିସିଲେଣି । କଖାରୁ ବିକ୍ରି କିମ୍ବା ସଂଗ୍ରହ କରି ରଖିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ କୈାଣସି ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ଦଲାଲ ଓ ଜିଲ୍ଲା ବାହାର ବ୍ୟବସାୟୀଙ୍କ ଶୋଷଣ ହେବାକୁ ପଡୁଛି । ଯାହାକି ସେମାନେ ଅମଳ କରି ରଖିଥିବା ଫସଲକୁ କମ୍ ଦାମ୍‌ରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲା ତଥା ରାଜ୍ୟ ବାହାରର ବେପାରୀ ମାନେ ଆସି ଚାଷୀଙ୍କ ଠାରୁ କିଲୋ ପ୍ରତି ୩ ରୁ ୪ ଟଙ୍କା ହିସାବରେ ୫୦ କେଜି ବସ୍ଥାକୁ ୧୫୦ ରୁ ୨୦୦ ଟଙ୍କା ଭିତରେ କିଣି ନେଉଛନ୍ତି ।

ଆଗାମୀ ଦିନରେ ଅମଳ ହୋଇଥିବା କଖାରୁର ଯତ୍ନ ନେବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଚାଷୀମାନେ । ଫଲରେ ଚାଷୀ ମାନେ କଖାରୁ ଗୁଡିକୁ ପାଲ ଘୋଡାଇ ରଖୁଛନ୍ତି । ଯାହାକୁ ନେଇ ଚାଷୀମାନେ ଅନ୍ୟ କୈାଣସି ଉପାୟ ନପାଇ ସାଗମାଛ ଦରରେ ନିଜର ଉତ୍ପାଦିତ କଖାରୁ ବିକିବାକୁ ବାଧ୍ୟ ହେଉଛନ୍ତି । ଢେଙ୍କାନାଳ ଜିଲ୍ଲା ଗୋଟିଏ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ହେତୁ ଫସଲ ବିକ୍ରି ପ୍ରତି ପ୍ରଶାସନର ଅହେତୁକ ମନଭାବକୁ ନେଇ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଗଁଦିଆ ବ୍ଲକ୍‌ର ବିଧାରପୁର, ଅନ୍ନପୁର, ମାର୍ଥାପୁର, ଯୋରନ୍ଦା, ପୋରୁହଖୋଜ, ଗଁଦିଆ ଗ୍ରାମର ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ଅମଳ ହୋଇଥିବା ଫସଲ ବିକ୍ରି କରିବା ଦିଗରେ ଚାଷୀ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking