30.1 C
Bhubaneswar
Friday, July 11, 2025
Homeଓଡିଶାରାଜ୍ୟରେ କରୋନାଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନାଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଗତ ୧୨ ତାରିଖଠାରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି। ହେଲେ ଟେଷ୍ଟଙ୍ଗ କମି ନାହିଁ, ଯାହାକି ୭୦ ହଜାର ଉପରେ ରହିଛି। ତେଣୁ ଆମକୁ ପିକ ଛୁଇଁଛି ନା ନାହିଁ ଏଥିପାଇଁ ପାଇଁ ଆଉ ୨ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ଦ୍ୱିତୀୟ ଲହରରେ ଅନେକ ଵିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ। କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଯାଏଁ ଲାଗିଥିଲା। ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତିରେ ଅଛନ୍ତି। ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking