ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୫୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୩୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୬୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୪୨ ଜଣ, ବାଲେଶ୍ୱରରୁ ୩୪୬ ଜଣ, ବରଗଡ଼ରୁ ୧୪୧ ଜଣ, ଭଦ୍ରକରୁ ୧୧୨ ଜଣ, ବଲାଙ୍ଗୀରରୁ ୨୧୭ ଜଣ, ବୌଦ୍ଧ ଜିଲ୍ଲାରୁ ୮୬, କଟକରୁ ୭୮୯ ଜଣ, ଦେବଗଡ଼ରୁ ୭୫ ଜଣ, ଢେଙ୍କାନାଳରୁ ୯୦ ଜଣ, ଗଜପତିରୁ ୯୮, ଗଞ୍ଜାମରୁ ୮୮ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୫୩ ଜଣ, ଝାରସୁଗୁଡ଼ାରୁ ୧୧୮ ଜଣ, କଳାହାଣ୍ଡିରୁ ୨୨୬ ଜଣ, କନ୍ଧମାଳରୁ ୧୦୦ ଜଣ, କେନ୍ଦ୍ରାପଡ଼ାରୁ ୧୩୪ ଜଣ, କେଉଁଝରରୁ ୧୨୬ ଜଣ, ଖୋର୍ଦ୍ଧାରୁ ୨୨୬୨ ଜଣ, କୋରାପୁଟରୁ ୧୫୭ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୧୯୨, ନୟାଗଡ଼ରୁ ୨୧୬ ଜଣ, ନୂଆପଡ଼ାରୁ ୧୯୭ ଜଣ, ପୁରୀରୁ ୧୪୯ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୧୨୭ ଜଣ, ସୋନପୁରରୁ ୮୯, ସୁନ୍ଦରଗଡ଼ରୁ ୯୩୨ ଜଣ ଓ ଷ୍ଟେଟ ପୁଲରୁ ୪୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୯୬,୧୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧,୧୦, ୭୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୫, ୩୨୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।