36.1 C
Bhubaneswar
Saturday, May 4, 2024
Homeଅପରାଧଦୁଷ୍କର୍ମ ପୂର୍ବରୁ ମହିଳାଙ୍କ ବେକରେ ହଳଦିଆ ସୂତା ବାନ୍ଧିଲା ଅଭିଯୁକ୍ତ

ଦୁଷ୍କର୍ମ ପୂର୍ବରୁ ମହିଳାଙ୍କ ବେକରେ ହଳଦିଆ ସୂତା ବାନ୍ଧିଲା ଅଭିଯୁକ୍ତ

ତିରୁଅନନ୍ତପୁରମ୍‌ – କେରଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଦୁଷ୍କର୍ମର ଏକ ମାମଲାରେ ଅଭିଯୁକ୍ତର ଏକ ଅଜବ ଯୁକ୍ତି ଏବେ ଚର୍ଚ୍ଚାରେ । ଦୁଷ୍କର୍ମ କରିବା ପୂର୍ବରୁ ମହିଳାଙ୍କ ବେକରେ ଏକ ହଳଦିଆ ସୂତା ବାନ୍ଧି ଥିଲା  ଅଭିଯୁକ୍ତ। ସେ ମହିଳାଙ୍କୁ ବିବାହ କରି ସାରିଛି ବୋଲି ଅଭିଯୁକ୍ତ ଯୁକ୍ତି ବାଢ଼ି ଥିଲା । ଆଉ ଏ ସମୟରେ ସେ ମହିଳାଙ୍କ ସହ ବୈବାହିତ ସମ୍ୱନ୍ଧରେ ଥିଲା । ଏହାକୁ ନେଇ କୋର୍ଟ କହିଥିଲେ କି, ଏହା ବିବାହର ପ୍ରମାଣ ନୁହେଁ।

ସେପଟେ ପୀଡ଼ିତାଙ୍କର ଅଭିଯୋଗ ପରେ ପୁଲିସ୍‌ ଏହି ମାମଲାରେ କେସ୍‌ ରୁଜୁ କରିଥିଲା ।  ଏହାପରେ ୨୪ ବର୍ଷିୟ ବୈଶାଖ ବିଜୟକୁମାର ଅଗ୍ରିମ୍‌ ଜାମିନ୍‌ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।  ପୀଡ଼ିତା କହିଥିଲେ, ଅଭିଯୁକ୍ତ ମିଛ କହି ତାଙ୍କ ସହ ଯୌନ ସଂପର୍କ ରଖିଥିଲା । ସେ ତାଙ୍କୁ ବିବାହ କରିବାକୁ କଥା ଦେଇଥିଲା । ପୀଡ଼ିତା ଏହା ବି କହିଥିଲେ କି , ତାଙ୍କର ବିନା ସହମତିରେ ସେ ତାଙ୍କ ସହ ଶାରୀରିକ ସମ୍ୱନ୍ଧ ରଖିବା ପାଇଁ ବାଧ୍ୟ କରିଥିଲେ।

ଆଡିସନାଲ ସେସନ ଜଜ୍‌ ଜୀ.ଗିରୀଶ ଏହି ମାମଲାରେ ଶୁଣାଣି ବେଳେ କହିଥିଲେ କି, ହଳଦିଆ ସୂତା ବାନ୍ଧିବାକୁ ବିବାହ କୁହାଯାଏ ନାହିଁ । ବିନା ସହମତିରେ କୌଣସି ବି ଯୌନ ସଂପର୍କକୁ ଦୁଷ୍କର୍ମ କୁହାଯାଏ । ସେପଟେ ବିଜୟକୁମାରର ପରିବାର ତା ପାଇଁ ବୁଝାମଣାର ପ୍ରୟାସରେ ଅଛନ୍ତି । ପୁଲିସ୍‌ ଏହା ବି କହିଛି କି ଅଭିଯୁକ୍ତ ବିବାହର ଲୋଭ ଦେଖାଇ ଦୁଇଟି ସୁଯୋଗରେ ମହିଳାଙ୍କ ଶୋଷଣ କରିଥିଲେ। ଏହି ମାମଲାକୁ ଉଦୟମପେରୁର ଥାନାରେ ଦାଖଲ କରାଯାଇ ଥିଲା ।

ଉଲ୍ଲେଖନୀୟ ଯେ, ଏହି ଘଟଣାଟି ୨୪ ଡିସେମ୍ୱର , ୨୦୨୦ମସିହାର । ପୀଡ଼ିତା ବିଜୟ ସହ ଶାରୀରିକ ସମ୍ୱନ୍ଧ ରଖିବାରେ ମନା କରିଦେଇଥିଲେ । ଏହାପରେ ବିଜୟକୁମାର ଏକ ହଳଦିଆ ସୂତା ନେଇଥିଲା ଏବଂ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ  ବେକରେ ବାନ୍ଧି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking