33.1 C
Bhubaneswar
Thursday, April 25, 2024
Homeଅପରାଧବାହାଘର ଦିନ ପିଜୁଳି ଗଛରୁ ମିଳିଲା ବରର ଝୁଲନ୍ତା ମୃତଦେହ

ବାହାଘର ଦିନ ପିଜୁଳି ଗଛରୁ ମିଳିଲା ବରର ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଲ ପଞ୍ଚାୟତ  ପଖନମୁଣ୍ଡା ଗାଁର ଜଣେ ଯୁବକ ନିଜ ବାହାଘର ଦିନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କେଉଁ କାରଣରୁ ସେ ଏଭଳି କଠୋର ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିଲେ ହେଁ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଏନେଇ ପୁଲିସ ଏକ ଅମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ପ୍ରକାଶ ଯୋଗ୍ୟ ଯେ,, ପଖନମୁଣ୍ଡା ଗାଁର କସୁରା ମଲ୍ଲିକ(୨୭) ଗତ ମଙ୍ଗଳବାର ରାତିରୁ ଘରୁ କେଉଆଡେ ଚାଲିଯାଇଥିଲେ । ପରିବାର ଲୋକେ ରାତିରେ ଖୋଜାଖୋଜି କରି ପାଇନଥିଲେ । ସକାଳେ ଜାଣିବାକୁ ପାଇଲେ ଯେ କସୁରା ତାଙ୍କ ନିଜ କ୍ଷେତର ଥିବା ଏକ ପିଜୁଳି ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ପରେ ପରିବାର ବର୍ଗ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଉଦ୍ଧାର କରି ବ୍ୟବଚ୍ଛୋଦ ପାଇଁ ପଠାଇଥିଲା ।

ପରିବାର ବର୍ଗଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବେଲପଡା ଥାନା ଖରଖରା ଗାଁରେ କସୁରାର ବାହାଘର ଠିକ୍ ହୋଇଥିଲା । ବୁଧବାର ବାହାଘର ଥିଲା । ବାହା ପାଇଁ ସେ ଖୁସିରେ ଥିବାବେଳେ ଏଭଳି ଘଟଣା କାହିଁକି ହେଲା ପରିବାର ବର୍ଗ  ଜାଣିପାରୁ ନାହାନ୍ତି । ତେବେ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ପରିବାର ବର୍ଗ ସନ୍ଦେହ କରିଛନ୍ତି । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking