34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକିଭରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କିଭରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କିଭ୍ : କିଭ୍ ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉଥିବା ବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ହୋଇଛି । ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ଏପ୍ରିଲ ୯ ତାରିଖରେ ଗ୍ରୁପ-୭ର ପ୍ରଥମ ନେତା ଭାବେ ଜନସନ୍ କିଭ୍ ଗସ୍ତ କରିଥିଲେ । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking