ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି ହରିବଂଶ ନାରାୟଣ । ହରିଂବଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ମନୋଜ ଝା । ଜେଡିୟୁ ସାଂସଦ ହରିଂବଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ଏନଡିଏ ପ୍ରାର୍ଥୀ ହରିବଂଶକୁ ବିଜୁ ଜନତା ଦଳ ସମର୍ଥନ ଜଣାଇଛି । ତେବେ ହରିବଂଶଙ୍କ ବିରୋଧରେ ୟୁପିଏରୁ ପ୍ରାର୍ଥୀ ହୋଇଥିଲେ ମନୋଜ ଝା ।