28.1 C
Bhubaneswar
Tuesday, May 5, 2026
Homeଓଡିଶାଚାଉଳ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ; ବନ୍ଧା ହେଲେ ଯୋଗାଣ ସହାୟକ

ଚାଉଳ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ; ବନ୍ଧା ହେଲେ ଯୋଗାଣ ସହାୟକ

ଭୁବନେଶ୍ୱର: ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବାଙ୍କୁ ଡାକି ଦୁଷ୍କର୍ମ ଅଭିଯୋଗରେ ଯୋଗାଣ ସହାୟକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁ। ଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ଭାଇରାଲ ଭଳି ସଙ୍ଗୀନ ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପ୍ରାୟ ଦେଢ଼ବର୍ଷ ତଳେ ଗିରିଶଚନ୍ଦ୍ର ପଞ୍ଚାୟତକୁ ପୀଡ଼ିତାଙ୍କୁ ଡାକି ସେଠାରେ କେହି ନ ଥିବା ବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏଥିସହ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିବା ବେଳେ ତାହାକୁ ଭାଇରାଲ କରିବାର ଧମକ ଦେଇ ସେ ବହୁବାର ତାଙ୍କୁ ଡାକୁଥିଲେ। ମାତ୍ର ନ ଶୁଣିବାରୁ ତାଙ୍କ ଭିଡିଓଟି ଭାଇରାଲ କରିଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା। ଭିଡିଓଟି ଭାଇରାଲ ହେବା ପରେ ମହିଳା ଜଣକ ଗତ ୩୧ ତାରିଖରେ ପଞ୍ଚାୟତ ଅଫିସକୁ ଯାଇଥିଲେ। ସେଠାରେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମଧ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲେ। ଆଗଲପୁର ପୁଲିସ ଆଜି ତାଙ୍କୁ ଗିରଫ କରି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking