35.1 C
Bhubaneswar
Monday, June 24, 2024
Homeଦେଶ ବିଦେଶହାପି ଫାଦ୍ରର୍ସ ଡ଼େ

ହାପି ଫାଦ୍ରର୍ସ ଡ଼େ

ନୂଆଦିଲ୍ଲୀ : ଏ ସାରା ସଂସାର ପଞ୍ଚଭୂତରେ ତିଆରି ହୋଇଛି। ବାୟୁ, ପାଣି, ଆକାଶ, ମାଟି ଓ ଅଗ୍ନି ବିନା ଏ ସଂସାରର କୌଣସି ସ୍ଥିତି ନାହିଁ କୁହାଯାଇପାରିବ। ବାୟୁ ଓ ପାଣି ଦୁଇଟି ଶବ୍ଦର ସମ୍ମିଶ୍ରଣରେ ବାପା ଶବ୍ଦର ଉତ୍ପତ୍ତି। ଯେମିତି ବାୟୁ ବିନା ନିଶ୍ୱାସ ନେବା କଷ୍ଟକର ଆଉ ପାଣି ବିନା ଜୀବନ ବଞ୍ଚିବା ଅସମ୍ଭବ, ଠିକ୍‌ ସେମିତି ବାପାଙ୍କ ବିନା ଏକ ସୁନ୍ଦର ଜୀବନର ପରିକଳ୍ପନା ମଧ୍ୟ ହୋଇପାରିବନାହିଁ। ଜୀବନରେ ଦୁଇ ଜଣଙ୍କର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମ ଜଣଙ୍କ ହେଉଛନ୍ତି ପିତା ଯେ କି ନିଜର କର୍ତ୍ତବ୍ୟ ପାଳନ ପାଇଁ ଜୀବନରେ ସବୁକିଛି ତ୍ୟାଗ କରିଥାଆନ୍ତି। ଦ୍ୱିତୀୟ ଜଣଙ୍କ ହେଉଛନ୍ତି ମାତା ଯେ ସମସ୍ତ ଦୁଃଖ ବିପଦରୁ ସନ୍ତାନଙ୍କୁ ରକ୍ଷା କରିଥାଆନ୍ତି। ମାତାପିତା ହେଉଛନ୍ତି ଦୃଶ୍ୟମାନ ହେଉଥିବା ଭଗବାନ। ମାତା ଯେପରି ଗୃହର ଗୌରବ, ପିତା ସେପରି ଘରର ଭବିଷ୍ୟତ। ପିତା ଅର୍ଥାତ ବାପା ହେଉଛନ୍ତି ଘରର ମୁରବି। ପରିବାର ସଦସ୍ୟଙ୍କ ଉନ୍ନତକାମୀ ଭବିଷ୍ୟତ ପାଇଁ ସେ ଖୁବ ଦାୟିତ୍ୱର ସହ ନିଜ କର୍ତ୍ତବ୍ୟର ପାଳନ କରିଥାଆନ୍ତି। କେତେକ କାହାଣୀ ମାଧ୍ୟମରେ ‘ଫାଦ୍ରର୍ସ ଡ଼େ’ର ମହତ୍ତ୍ୱ ବିଷୟରେ ଜାଣିବା….
ଆଜିକାଲିର ଯୁବପିଢ଼ି ବାପା ବୁଢ଼ା ହୋଇଗଲା ପରେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ୁଛନ୍ତି ନ ହେଲେ ଘରେ ଖାଇବାକୁ ନ ଦେଇ ବାରଣ୍ଡାରେ ପକାଇଦେଉଛନ୍ତି। ହେଲେ ସେଇ ପିଲାର ମନକୁ ଥରୁଟିଏ ବି ବାଧା ଆସିନି ଯେ, ଯିଏ ପିଲାର ଖୁସି ପାଇଁ ନିଜ ଜୀବନର ଶେଷ ଚେଷ୍ଟା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଛି। ତାର ସ୍ଥାନ କଣ ବୃଦ୍ଧାଶ୍ରମରେ। ସେଥିପାଇଁ ସବୁଦିନ ନିଜ ବାପାଙ୍କୁ ସମ୍ମାନ ଦିଅନ୍ତୁ। ତାଙ୍କ ବିନା ସମାଜରେ ଆମର କିଛି ପରିଚୟ ନାହିଁ। ଜୀବନର ସୁନ୍ଦର ଭାବନାର ଆବୃତ୍ତି ସିଏ, ମନର ଅକୁହା କଥାର ଭାଷା ସିଏ । ନିଜ କଥା ନ ଭାବି ରାତିକୁ ଦିନ କରି ଯିଏ ଆମ ପାଇଁ ନିଜ ରକ୍ତକୁ ପାଣି କରିଥାନ୍ତି ସେ ହେଉଛନ୍ତି ବାପା। ତାଙ୍କ ପାଇଁ ତ ବର୍ଷକ ବାର ମାସ ପିଲା ଖୁସିରେ ଜୀବନ ବିତାଏ। ପିଲାର ଜୀବନକୁ ଖୁସି କରିବା ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦି ପଇସା ରୋଜଗାର କରିଥାନ୍ତି ବାପା । ସେଥିପାଇଁ ଆଜି ପିତୃ ଦିବସରେ ବାପାଙ୍କୁ ସମ୍ମାନ ଦେଇ ଆଉ ସବୁଦିନ ଅସମ୍ମାନ କରିବା ଠିକ ନୁହେଁ । ଆଜି ପରି ସବୁଦିନ ବାପାଙ୍କୁ ସମ୍ମାନ ଦେବା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking