37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଯାଜପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର : ଏନଏଚଏମ ଅଧିନରେ ୬ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ମହିଳା ସ୍ୱସ୍ଥ୍ୟର୍କମୀ ମାନଙ୍କୁ ନିୟମିତ କରାଯିବା ଦାବୀ ନେଇ ଯାଜପୁର ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲା ଅଧିନରେ ଥିବା ମହିଳା ସ୍ୱାସ୍ଥ୍ୟର୍କମୀ ମାନେ ୧୪ବର୍ଷରୁ ଉର୍ଦ୍ଧ ସମୟ ଧରି ସ୍ୱଳ୍ପ ବେତନରେ ନିରବଛିନ୍ନ ଭାବେ ସେବା ଯୋଗାଇ ଦେଇଆସୁଥିବା ବେଳେ ସେମାନଙ୍କୁ ନିୟମିତ କରିବାରେ ଅବହେଳା ପ୍ରଦର୍ଶନ କରାଯାଇଥିବା ନେଇ ସଂଘପକ୍ଷରୁ ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ ଏମାନେ ନିଜ ପରିବାରକୁ ପଛରେ ପକାଇ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଦୀର୍ଘ ୨ବର୍ଷ ପୂର୍ବେ ଏମାନଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର କ୍ୟାବିନେଟରେ ମଂଜୁରୀ ମିଳିବା ପରେବି ଏଯାଏ ନିୟମିତ ପତ୍ର ମିଳିନାହିଁ । ସେହିପରି ଗତ ସେପ୍ଟେମ୍ବର ୧୯ତାରିଖରେ ଧର୍ମଶାଳା ବ୍ଲକ କଂଟିଗଡିଆ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜନୈକ ମହିଳା ସ୍ୱସ୍ଥ୍ୟର୍କମୀ କୀରଣବାଳା ସିଂ କରୋନା ଯୋଦ୍ଧା ଭାବେ କର୍ତବ୍ୟ କରି ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁପରେ ତାଙ୍କ ପରିବାରକୁ ସରକାରୀ ଘୋଷଣା ଅନୁସାରେ ଅଦ୍ୟାବଦି କୌଣସି ସହାୟତା ମିଳିନାହିଁ । ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଆସି ୨ଦଫା ଦାବୀ ନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking