29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶହମାସ-ଇସ୍ରାଏଲ ଯୁଦ୍ଧ ବିରାମ: ସକାଳ ୭ରୁ ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ

ହମାସ-ଇସ୍ରାଏଲ ଯୁଦ୍ଧ ବିରାମ: ସକାଳ ୭ରୁ ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ଯୁଦ୍ଧ ବିରାମ। ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଯୁଦ୍ଧରେ ଲାଗିଲା ପଜ୍। ପର୍ଯ୍ୟାୟକ୍ରମେ ଇସ୍ରାଏଲ ପଣବନ୍ଦୀଙ୍କ ମୁକ୍ତ କରିବ ହମାସ। ସକାଳ ୭ଟାରୁ ୪ ଦିନିଆ ଯୁଦ୍ଧ ବିରାମ ଆରମ୍ଭ ହୋଇଛି । ଅପରାହ୍ଣ ୪ଟାରେ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ। କାତାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପଣବନ୍ଦୀଙ୍କ ମୁକ୍ତି ପାଇଁ ହମାସ ଓ ଇସ୍ରାଏଲ ମଧ୍ୟରେ କଥାବାର୍ତ୍ତାରେ ମଧ୍ୟସ୍ଥତା କରିଥିଲା କାତାର। ଚୁକ୍ତି ଅନୁଯାୟୀ ୪ ଦିନ ଯୁଦ୍ଧ ବନ୍ଦ ରହିବ।ଏହି ୪ ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ। ପ୍ରତିବଦଳରେ ୧୫୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ଜେଲରୁ ମୁକ୍ତ କରିବ ଇସ୍ରାଏଲ। ଯୁଦ୍ଧ ବିରାମ ଏବଂ ପଣବନ୍ଦୀଙ୍କ ମୁକ୍ତି ନେଇ ବୁଧବାର ସହମତ ହୋଇଥିଲେ ଦୁଇ ଦେଶ। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଗାଜା ପଟିରୁ ରକେଟ୍ ମାଡ଼ କରିଥିଲା ହମାସ। ଇସ୍ରାଏଲର ପ୍ରାୟ ୨୪୦ ଜଣଙ୍କୁ ନେଇ ପଣବନ୍ଦୀ ରଖିଥିଲା। ଇସ୍ରାଏଲର ପ୍ରତିଆକ୍ରମଣରେ ଏପର୍ଯ୍ୟନ୍ତ ଗାଜାର ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking