20.1 C
Bhubaneswar
Tuesday, February 27, 2024
Homeଦେଶ ବିଦେଶରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶନିବାର ଭୋଟ୍‌‌

ରାଜସ୍ଥାନ ବିଧାନସଭା ନିର୍ବାଚନ : ପ୍ରଚାର ଶେଷ, ଶନିବାର ଭୋଟ୍‌‌

ଜୟପୁର :  ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଗୁରୁବାର ଶେଷ ହୋଇଛି । ରାଜ୍ୟର ୨୦୦ଟି ଆସନ ମଧ୍ୟରୁ ୧୯୯ଟି ଆସନରେ ଶନିବାର ଭୋଟ୍‌‌ ଗ୍ରହଣ ହେବ । ଶ୍ରୀ ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ଶନିବାର ରାଜ୍ୟରେ ୫ କୋଟି ୨୫ ଲକ୍ଷ ଭୋଟର ମତଦାନ କରିବେ ।ପ୍ରଚାରର ଶେଷଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିଲା । ଇତିମଧ୍ୟରେ ନିର୍ବାଚନ କମିଶନ ପକ୍ଷରୁ ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତାକାଲି ସୁଦ୍ଧା ଏହି ନୋଟିସ୍‌‌ର ଜବାବ ଦେବାକୁ କମିଶନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking