20.1 C
Bhubaneswar
Thursday, January 9, 2025
Homeଓଡିଶାମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ଘଟଣା, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଣ ଘଟଣା, ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

 

ଗୁଣୁପୁର : ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଉଠିଛି । ଭୁତ ପାଉଛି ବାର୍ଦ୍ଧକ୍ୟ ଭତ୍ତା । ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଥିଲେ ରାୟଗଡା ଜିଲ୍ଲା ଗୁଣୁପୁର ର ଶ୍ରୀନିବାସ ସୁନାମୁଦି । ଶ୍ରୀନିବାସ ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ମଧୁସୂଦନ ସୁନାମୁଦି ଗତ 19.2.2018 ରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ସେ 500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଗୁଣୁପୁର ମୁନିସିପାଲଟି ରୁ ପାଉଥିଲେ । ମଧୁସୂଦନ ଙ୍କ ମୃତ୍ୟୁ ପରେ ତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ପୁଅ ଶ୍ରୀନିବାସ ଙ୍କୁ ପ୍ରଦାନ କରାଯାଇ ଥିଲା । ତେବେ କୌଣସି କାର୍ଯ୍ୟ ପାଇଁ ସେ ମୁନିସିପାଲିଟି କୁ ଯାଇଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଡ଼ିସେମ୍ବର 2020 ଯାଏଁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ 500 ଟଙ୍କା ଅନ୍ୟ କେହି ଉଠାଉ ଥିବା ଜାଣିବାକୁ ପାଇଥିଲେ । 34 ମାସର ଭତ୍ତା ଟଙ୍କା ଅନ୍ୟ ଜଣେ ହଡପ କରୁଥିବା ଜାଣି ଗୁଣୁପୁର ଉପଜିଲ୍ଲାପାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗୁଣୁପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ରାଜ୍ୟରେ ମୋ ସରକାର ଶାସନ ସମୟରେ କିଭଳି ଏପରି କାରବାର ଚାଲିଛି, କିପରି ମୁନିସିପାଲିଟି କର୍ତ୍ତୃପକ୍ଷ କିଛି ଜାଣି ପାରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ଏନେଇ ଗୁଣୁପୁର ଉପଜିଲ୍ଲାପାଳ ତଦନ୍ତ କରିବେ ବୋଲି କହିଥିଲେ । ଏନେଇ ଖବର ପ୍ରସାରଣ ହେବା ପରେ ଆଜି ରାୟଗଡା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୁଣୁପୁର ମୁନିସିପାଲିଟି ଆସି ତଦନ୍ତ କରିଛନ୍ତି । ଘଟଣାର ସତ୍ୟତା ଥିବା ସେ କହିବା ସହ ଏନେଇ ତଦନ୍ତ ରିପୋର୍ଟ ଖୁବ ଶୀଘ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking