ନୂଆଦିଲ୍ଲୀ : ଏକ ଦୁଃଖଦ ଘଟଣା , ମଙ୍ଗଳବାର ଦିନ ସ୍ୱିଡେନର ଓରେବ୍ରୋରେ ଏକ ସ୍କୁଲ ନିକଟରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ରୋବର୍ଟୋ ଇଡ୍ ଫରେଷ୍ଟର ମୁଖ୍ୟଙ୍କ ଅନୁଯାୟୀ, ସହରର ଏକ ସ୍କୁଲ କ୍ୟାମ୍ପସରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବା ପରେ ଅନେକ ଲୋକ ଆହତ ହୋଇଛନ୍ତି। ଫରେଷ୍ଟ ଆହୁରି କହିଛନ୍ତି ଯେ ତଦନ୍ତ ଚାଲିଛି । ଆହତଙ୍କ ସଂଖ୍ୟା ଆହୁରି ବଢିପାରେ । ମୃତକଙ୍କ ମଧ୍ୟରେ ଗୁଳିଚାଳନା କରିଥିବା ଥିବା ବ୍ୟକ୍ତିମାନେ ରହିଛନ୍ତି ବୋଲି କୁହାଯାଉଛି । ହେଲେ ଗୁଳିକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି । ରିପୋର୍ଟ ଅନୁଯାୟୀ, ରାଜଧାନୀ ଷ୍ଟକହୋମରୁ ୨୦୦ କିଲୋମିଟର ପଶ୍ଚିମରେ ଥିବା ଓରେବ୍ରୋ ସହର, ସ୍ଥାନୀୟ ସମୟ ୧୨:୩୩ ରେ ଏକ ସ୍କୁଲ ନିକଟରେ ଗୁଳି ବିନିମୟ ହୋଇଥିଲା । ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ସ୍କୁଲ କ୍ୟାମ୍ପସରେ ଗୁଳି ଚଳାଇଥିବା ଅପରାଧୀ ମଧ୍ୟ ଅନ୍ତର୍ଭୁକ୍ତ । ସ୍ଥାନୀୟ ଲୋକେ ପୋଲିସକୁ ପ୍ରଥମେ ସୂଚନା ଦେଇଥିଲେ । ଏହି ଗୁଳିକାଣ୍ଡ କ୍ୟାମ୍ପସ୍ ରିସବର୍ଗସ୍କାରେ ଘଟିଥିଲା, ଯାହା ସ୍ୱିଡିସ୍ ଭାଷାରେ କମଭୁକ୍ସ ନାମରେ ଜଣାଶୁଣା । ପରିସରରେ ଅନ୍ୟ ବିଦ୍ୟାଳୟ ମଧ୍ୟ ଥିଲା। ଶିକ୍ଷକମାନେ କହିଛନ୍ତି ଯେ ସେମାନେ ଗୁଳି ଚାଳନା ଶୁଣିଥିଲେ ଯାହା ଫଳରେ ସେମାନେ ଶ୍ରେଣୀଗୃହରୁ ପଳାଇ ଯାଇଥିଲେ । ଜଣେ ଶିକ୍ଷୟିତ୍ରୀ ମାରିଆ ପେଗାଡୋ କହିଛନ୍ତି, ଲୋକମାନେ ଆହତମାନଙ୍କୁ ଜଣଙ୍କୁ, ଜଣଙ୍କୁ ଟାଣି ଆଣି ବାହାରକୁ ନେଉଥିଲେ । ସ୍ଥିତି ବହୁତ ଗମ୍ଭୀର ଥିଲା। ପୋଲିସ ର ସୂଚନା ଅନୁସାରେ ଆହତ ଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ ।ଏହାର ତଦନ୍ତ ଚାଲିଛି । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି, ଆକ୍ରମଣକାରୀ ସିରିୟା ବାସିନ୍ଦା। ଆକ୍ରମଣକାରୀଙ୍କୁ ଧରିବାକୁ ଅପରେସନ୍ ଜାରି ରଖିଛି ସ୍ବିଡେନ୍ ପୋଲିସ।